ଡାକ୍ତରଖାନାରେ କର୍ମଚାରୀଙ୍କ ମନମାନି ଯୋଗୁଁ ରୋଗୀ ହନ୍ତସନ୍ତ

ଜିଲା ଖବର ମୟୂରଭଂଜ ରାଜ୍ୟ
Spread the love

ରାଇରଙ୍ଗପୁର,୨୧/୯: ମୟୂରଭଂଜ ଜିଲ୍ଲା ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀଙ୍କ ମନମାନି ଯୋଗୁଁ ରୋଗୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି। ଏକାଧିକ ମହିଳା ଥିବା ସତ୍ତ୍ବେ ରକ୍ତ ପରୀକ୍ଷା କେନ୍ଦ୍ରରେ ଗଞ୍ଜି ପିନ୍ଧି ରକ୍ତ ପରୀକ୍ଷା କରୁଛନ୍ତି କର୍ମଚାରୀ। ସରକାରଙ୍କ ନିର୍ଦ୍ଧାରିତ ସମୟରେ ନିରାମୟ ଖୋଲୁ ନାହିଁ। ଫାର୍ମାସିଷ୍ଟ ବାବୁଙ୍କୁ ବିଳମ୍ବ ସମ୍ବନ୍ଧରେ ପଚାରିବାରୁ ସେ ବିଭିନ୍ନ ବାହାନା କରୁଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାକ୍ତର ଗୋବିନ୍ଦ ସୋରେନ୍‌ଙ୍କୁ ସେ ସମ୍ବନ୍ଧରେ ପଚାରିଲେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ।

ତେବେ ସରକାରଙ୍କ ସମସ୍ତ ନିୟମାବଳୀକୁ ବିଜାତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନେ ପାଳନ କରୁନଥିବା ଅଭିଯୋଗ ହେଉଅଛି। ଲୋକେ ପ୍ରାଥମିକ ଚିକିତ୍ସାରୁ ବଞ୍ଚିତ ପାଉଥିବା ବେଳେ ନିରାମୟ ଠାରେ ଲୋକଙ୍କୁ ଔଷଧ ପାଇଁ ବହୁ ସମୟ ଧରି ଆସିବାକୁ ପଡୁଛି। ଏଭଳି ଅଭିଯୋଗ କରିଛନ୍ତି ରୋଗୀ ଏବଂ ଆମେ ମଧ୍ୟ ସେଠାରେ ଦେଖିଲୁ ୪ଟା ସମୟରେ ନିରାମୟ ଖୋଲିବା ଜାଗାରେ ୪.୨୫ ମିନିଟ୍ ସମୟରେ ଖୋଲାଗଲା।

ଉପାନ୍ତ ଅଞ୍ଚଳରେ ସରକାର ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଏବଂ କର୍ମଚାରୀ ନିଯୁକ୍ତି କରିଥିବା ସତ୍ତେ ଲୋକେ ଠିକ୍ ଭାବରେ ସେବା ପାଇ ପାରୁନାହାନ୍ତି। ତେଣୁ ରୋଗୀ ସରକାରଙ୍କୁ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି କି ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତୁ।
ତେବେ ସ୍ୱାସ୍ଥ୍ୟ ବିଭାଗରେ ଏଭଳି ଦାୟିତ୍ବ ହୀନତା ଭାବେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଦାୟିତ୍ବରେ ଥିବା ଡାକ୍ତରଖାନା ଅଧିକାରୀଙ୍କ ଉପରେ ସରକାର କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *