ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ GST ସଂସ୍କାରକୁ ନେଇ ଦେଲେ ବଡ଼ ସୂଚନା

ଦେଶବିଦେଶ
Spread the love

ନୂଆଦିଲ୍ଲୀ,୨୧/୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଉଦ୍‌ବୋଧନରେ GST ସଂସ୍କାର ନେଇ ବଡ଼ ସୂଚନା ଦେଇଛନ୍ତି।

ସେପ୍ଟେମ୍ବର ୨୨ ତାରିଖରୁ ଦେଶର ସବୁ ବର୍ଗର ଲୋକେ GST ସଂସ୍କାର ଦ୍ବାରା ଉପକୃତ ହେବେ। ଏହା ଗରିବ ଏବଂ ମଧ୍ୟମବର୍ଗ ଲୋକେ ସାହାଯ୍ୟ କରିବ। GST ସଂସ୍କାର ଭାରତର ବିକାଶକୁ ଆହୁରି ଅଧିକ ତ୍ୱରାନ୍ବିତ କରିବ।

୨୦୧୭ରେ ପ୍ରଥମ କରି GST ଲାଗୁ କରାଯାଇଥିଲା। ପୂର୍ବରୁ ଭିନ୍ନ ଭିନ୍ନ ଟ୍ୟାକ୍ସକୁ ନେଇ ଲୋକେ ହନ୍ତସନ୍ତ ହେଉଥିଲେ। ଏପରିକି ଲୋକଙ୍କୁ ବିଭିନ୍ନ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଗରିବ ଲୋକଙ୍କୁ ପୂର୍ବରୁ ଅଧିକ ଟିକସ ଦେବାକୁ ପଡ଼ୁଥିଲା। ବର୍ତ୍ତମାନ କରାଯାଇଥିବା GST ସଂସ୍କାର ଦ୍ୱାରା ଘର ନିର୍ମାଣ, ଗାଡ଼ି କିଣିବା, ବୁଲାବୁଲି ଖର୍ଚ୍ଚ କମିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏପରିକି ଛୋଟ ଛୋଟ ଦୋକାନୀ ମଧ୍ୟ ଏଥିରୁ ବେଶି ଉପକୃତ ହେବେ। ଆୟକର କମିବା ଓ GST ସଂସ୍କାର ଦ୍ବାରା ସାଧାରଣ ବର୍ଗର ଲୋକେ ଅଢ଼େଇ ଲକ୍ଷ କୋଟି ଟଙ୍କାରେ ଫାଇଦା ନେବେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

GST ସଂସ୍କାର ଦ୍ୱାରା ଲଘୁ ଓ କୁଟୀର ଉଦ୍ୟୋଗକୁ ମଧ୍ୟ ଡବଲ ଫାଇଦା ହେବ। ବିଦେଶୀ ସାମଗ୍ରୀରୁ ଆମକୁ ମୁକ୍ତି ପାଇବାକୁ ପଡ଼ିବ। ସବୁ ଘରକୁ ସ୍ବଦେଶୀର ପ୍ରତୀକ ବନାଇବାକୁ ପଡ଼ିବ। ଗର୍ବରେ କହିବା ଆମେ ସ୍ବଦେଶୀ ସାମଗ୍ରୀ କ୍ରୟ କରୁଛୁ। ପ୍ରତି ରାଜ୍ୟ ନିବେଶ ପାଇଁ ରାସ୍ତା ଉନ୍ମୁକ୍ତ କରନ୍ତୁ ବୋଲି ମୋଦି କହିଛନ୍ତି।

Leave a Reply

Your email address will not be published. Required fields are marked *