କର୍କଟ ହାରିବ, ଜୀବନ ଜିତିବ: ବିଧାନସଭାରେ ବାଚସ୍ପତିଙ୍କୁ ଭେଟିଲେ କର୍କଟ ଯୋଦ୍ଧା

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର, ୨୨/୯: ଗୋଲାପ ଫୁଲକୁ ସ୍ନେହ ଓ ପ୍ରେମର ପ୍ରତୀକ ଭାବେ ଧରାଯାଏ । କ୍ୟାନ୍ସର ପରି ଏକ ମାରାତ୍ମକ ବ୍ୟାଧି ସହ ଲଢ଼ୁଥିବା ରୋଗୀଙ୍କୁ ଗୋଲାପ ଫୁଲଟିଏ ଦେଇ ସେମାନଙ୍କ ମନୋବଳ ବୃଦ୍ଧି କରିବା ସହ ଜୀବନ ପ୍ରତି ନୂତନ ଆଶା ସଞ୍ଚାର କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପେଫମ୍ବର ୨୨ ତାରିଖକୁ ‘ବିଶ୍ୱ ଗୋଲାପ ଦିବସ’ ଭାବେ ପାଳନ କରାଯାଏ । କର୍କଟ ରୋଗ ସହ ସଂଘର୍ଷ କରୁଥିବା ଲୋକଙ୍କୁ ଜିଇଁବା ପାଇଁ ପ୍ରେରଣା ଦେବା ତଥା ତାଙ୍କ ଜୀବନରେ ଖୁସି ଆଣିଦେବା ଏହି ଦିବସ ପାଳନର ଉଦ୍ଦେଶ୍ୟ ।

ଏହି ପରିପ୍ରେକ୍ଷୀରେ ଆୱାକେନ୍‌ ଟ୍ରଷ୍ଟ ପକ୍ଷରୁ ସ୍ମାଗତିକା ଆଚାର୍ଯ୍ୟଙ୍କ ପ୍ରୟାସରେ କର୍କଟ ରୋଗ ସହ ଲଢ଼ି ସେଥିରୁ ମୁକ୍ତ ହୋଇଥିବା କର୍କଟ ଯୋଦ୍ଧା ବିଧାନସଭାଠାରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ଭେଟିଥିଲେ । ମାନ୍ୟବର ବାଚସ୍ପତି ସେମାନଙ୍କୁ ଗୋଲାପଗୁଚ୍ଛ ପ୍ରଦାନ କରି ସେମାନଙ୍କର ଦୃଢ଼ ମନୋବଳର ଭୂୟସୀ ପ୍ରଶଂସା କରିବା ସହ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ ।

ଏହି ଅବସରରେ ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ, ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ ଓ ଶ୍ରୀ ବାବୁ ସିଂ, ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ପ୍ରମୁଖ ଉପସ୍ଥିତ ରହି କର୍କଟ ଯୋଦ୍ଧାମାନଙ୍କର ମନୋଭବ ବୃଦ୍ଧି କରିବା ସହ ଏହି ଯାତ୍ରାରେ ଲଢ଼େଇ ଜାରି ରଖିବା ପାଇଁ ଉତ୍ସାହିତ କରିଥିଲେ ।

Leave a Reply

Your email address will not be published. Required fields are marked *