ନିଆରା ଶୈଳୀରେ ପିତୃପୁରୁଷଙ୍କୁ ତିଳ ତର୍ପଣ : ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ନଡ଼ିଆ ଗଛ ରୋପଣ କଲେ ଗ୍ରାମବାସୀ

ଜିଲା ଖବର ବରଗଡ଼ ରାଜ୍ୟ
Spread the love

ବରଗଡ଼, ୨୨/୯: ପବିତ୍ର ମହାଳୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରାଯାଉଥିବାବେଳେ ବରଗଡ଼ ଜିଲା କଳାପାଣି ପଞ୍ଚାୟତ ଅନ୍ତର୍ଗତ ବୁଦେଲପାଲି ଗ୍ରାମବାସୀ ନିଆରା ଶୈଳୀରେ ପିତୃପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଗ୍ରାମର ବୋହୂ ଓ ଝିଅମାନେ ସମବେତ ହୋଇ ଗାଁ ମୁଣ୍ଡ ମହାଦେବ ମନ୍ଦିର ପୋଖରୀ ହୁଡାରେ ନଡିଆ ଗଛ ରୋପଣ କରିଛନ୍ତି। ଏହି ନିଆରା କାର୍ଯ୍ୟକ୍ରମରେ ବରଗଡ଼ କବି, କଳାକାର, ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଶିକ୍ଷକ, ଖବରଦାତା ତଥା ବିଭିନ୍ନ ବର୍ଗର ବ୍ୟକ୍ତି ସାମିଲ ହୋଇଥିଲେ । ପୂର୍ବାହ୍ନରେ ବୁଦେଲପାଲି ସ୍କୁଲ ସାମ୍ନାରୁ ନ ଗଛ ସହ ଏକ ଶୋଭାଯାତ୍ରା ଗାଁ ପରିକ୍ରମା କରିଥିଲା । ଏଥିରେ ଗାଁର ସଂକୀର୍ତ୍ତନ୍ୟ ଦଳ, ସ୍ବୟଂସହାୟିକା ଗୋଷ୍ଠୀର ସଦସ୍ୟା ଓ ଗ୍ରାମବାସୀ ସାମିଲ ହୋଇଥିଲେ। ଗାଁ ମୁଣ୍ଡ ମହାଦେବ ମନ୍ଦିରକୁ ଶୋଭାଯାତ୍ରା ପହଂଚିବା ପରେ ସେଠାରେ ପୂଜାର୍ଚ୍ଚନା ସହ ପୋଖରୀ ଆଡିରେ ନଡିଆ ଗଛ ଲଗାଯାଇଥିଲା।

ଏହି ଅବସରରେ ଆୟୋଜିତ ସଭାରେ ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ କଲ୍ୟାଣୀ ଦାସ, ଉଠାଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ସୂର୍ଯ୍ୟନାରାୟଣ ତ୍ରିପାଠୀ, ପାୱାର ଅଫ ଦିବ୍ୟାଙ୍ଗସର ଚେୟାରମ୍ୟାନ ଶ୍ୟାମ ସୁନ୍ଦର ଅଗ୍ରୱାଲ, ଗଣଦୃଷ୍ଟିର ସମ୍ପାଦକ ଉମେଶ ଚନ୍ଦ୍ର ବିଶ୍ୱାଳ, ବରଗଡ ପଂଚାୟତ କଲେଜର ପୂର୍ବତନ ଅଧ୍ୟକ୍ଷ ପତିତପାବନ ସାହୁ, ଅଧ୍ୟାପିକା ଜୟଶ୍ରୀ ସାହୁ, ଶିକ୍ଷାବିତ ପ୍ରଫୁଲ୍ଲ ସାହୁ, ଜୟ ପ୍ରକାଶ ଶତପଥି, ରମଣୀ ବେହେରା, କବିରାଜ ବୈଦ୍ୟନାଥ ସାହୁ, ଆଇନଜୀବୀ ଜିତୁ ବିଶ୍ୱାଳ, ଶିକ୍ଷାବିତ ଜଶବିର ସିଂ ସାଏନି ଉପସ୍ଥିତ ଥିଲେ। ଏହାସହିତ କବି ହେମନ୍ତ ଦୀପ, ପୂର୍ବତନ ବାୟୁସେନା କର୍ମଚାରୀ ସରୋଜ କୁମାର ମହାପାତ୍ର, ଶିକ୍ଷକ ରମେଶ ପ୍ରଧାନ, ସାମାଜିକ କର୍ମୀ ରାସେଶ୍ୱରୀ ସାହୁ, ମାମି ମିଶ୍ର, ସରପଞ୍ଚ ଖୁଲଣା ପ୍ରଧାନ, ସମିତି ସଭ୍ୟା ବୈଜୟନ୍ତୀ ସାହୁ, ଜନତା ସଂଘର୍ଷ ସମିତିର ସଭାପତି କିଶୋର ଚନ୍ଦ୍ର ସାହୁ, ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟ ବରଗଡ଼ ପ୍ରଧାନ ଶିକ୍ଷକ ନେପାଲ ଦୁଆନ, ଆର୍ଟ ଅଫ ଲିଭିଙ୍ଗର ଚନ୍ଦ୍ରଶେଖର, ବୁଦେଲପାଲି ବୀର ସୁଭାଷ ଯୁବକ ସଂଘର ସଭାପତି ଓକିଲ ପ୍ରଧାନ, ସଦସ୍ୟ ମିତ୍ର ଭାନୁ ବିଶ୍ୱାଳ, ବିପିନ ପ୍ରଧାନ, ଶରତ ସାହୁ,ପ୍ରଦୀପ ମାହାର, ନିବାସ ପ୍ରଧାନ ପ୍ରମୁଖ ଉଦବୋଧନ ଦେଇ ଏଭଳି ଅଭିନବ କାର୍ଯ୍ୟକ୍ରମ ଅଞ୍ଚଳରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି କହିଥିଲେ । ଗ୍ରାମବାସୀ ନଡିଆ ଗଛଗୁଡିକୁ ରକ୍ଷଣାବେକ୍ଷଣ ନେବାକୁ ସଂକଳ୍ପ ନେଇଥିଲେ ।

Leave a Reply

Your email address will not be published. Required fields are marked *