ଇକୋ ରେଳଶ୍ରମିକ କଂଗ୍ରେସର ୧୧ତମ ଦୁଇବାର୍ଷିକ ନିର୍ବାଚନ ସମ୍ପାଦକ ହେଲେ ରମେଶ ସାହୁ

ଖୋର୍ଦ୍ଧା ଜିଲା ଖବର ଭୁବନେଶ୍ୱର ରାଜ୍ୟ
Spread the love

ଜଟଣୀ,୨୪/୯:ସ୍ଥାନୀୟ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ୧୧ତମ ଦୁଇବାର୍ଷିକ ଅଧିବେଶନ ଓ ଦୁଇବର୍ଷିଆ ନିର୍ବାଚନ ଭିଶାଖାପାଟଣା ସ୍ଥିତ ଆଶୀର୍ବାଦ କମୁନିଟି ହଲଠାରେ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ଦ୍ୟୃତୀୟ ଦିନର ଅଧିବେଶନରେ ପୂର୍ବତଟ ରେଳପଥ ଅନ୍ତର୍ଗତ ତିନି ମଣ୍ଡଳରୁ ଯୋଗଦାନ କରିଥିବା ଦୁଇ ହଜାରରୁ ଉର୍ଦ୍ଧ କର୍ମୀମାନେ ନିଜ କାର୍ଯ୍ୟସ୍ଥଳିରେ ଉପୁଜୁଥିବା ଶ୍ରମିକ ମାରଣ ନୀତି ଉପରେ ନିଜ ମତ ମତ ସର୍ବ ସମ୍ମୁଖରେ ରଖିଥିଲେ। ଦ୍ଵିତୀୟ ଦିନ ଦ୍ୱିତୀୟାର୍ଦ୍ଧରେ ସଂଗଠନର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁ ଦଳକୁ ମଜବୁତ କରିବା ପାଈଁ ନିଜ ଉପଲବ୍ଧି ବଖାଣିଥିଲେ, ଅନ୍ୟାନ୍ୟ ନେତୃବୃନ୍ଦ ତାଙ୍କର ଅଭିଭାଷଣ ରଖିବା ପରେ ଜୋନାଲ କୋଷାଧ୍ୟକ୍ଷ ଆଶୁତୋଷ ମହାନ୍ତି ୨୦୨୪/୨୫ ବର୍ଷର ଆୟ ବ୍ୟୟ ହିସାବ ଉପସ୍ଥାପନା କରିଥିଲେ। ସର୍ବସନ୍ନମତି କ୍ରମେ ଗୃହରେ ପାରିତ ହେଲା ପରେ ସଭାପତି ଜେ.ସମ୍ପତ କୁମାର ପୁରାତନ ପରିଷଦକୁ ଭଙ୍ଗ ଘୋଷଣା କରି ପୁନଃ ନିର୍ବାଚନ ନିମନ୍ତେ ନିର୍ବାଚନ ଅଧିକାରୀ ଭାବେ ସୁଧୀର ପାଢ଼ୀଙ୍କୁ ଦାଇତ୍ୱ ସଂଗଠନ ପକ୍ଷରୁ ଦିଆଗଲ। ନିର୍ବାଚନ ଅଧିକାରୀ ଶ୍ରୀ ପାଢ଼ୀ ଉପସ୍ଥିତ ରେଳଶ୍ରମିକ କର୍ମୀମାନଙ୍କ ଠାରୁ ଭୋଟ ଗ୍ରହଣ କରି ସଂଧ୍ୟା ୫ଟାରେ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରିଥିଲେ। ଜୋନାଲ ସଭାପତି ଭାବେ ଜେ. ସମ୍ପତ କୁମାର, ଉପ-ସଭାପତି ଭାବେ ପ୍ରମୋଦ ସାହାଣୀ, ସୁନୀଲ ଭଞ୍, ଟି.ଭି. ମଉଳି ଓ ମହମଦ ରଫିକ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ରମେଶ ଚନ୍ଦ୍ର ସାହୁ ବହୁ ଭୋଟ ବ୍ୟବଧାନରେ ପୁନଃ ନିର୍ବାଚିତ ହୋଇଥିଲେ। ଶରତ ପଣ୍ଡା ଓ ଅକ୍ଷୟ କୁମାରଙ୍କୁ ନୂତନ ଭାବେ ସସମ୍ମାନେ କେନ୍ଦ୍ରୀୟ ପଦାଧିକାରୀ ଭାବେ ନିର୍ବାଚିତ ହୋଇଥିଲେ ବୋଲି ମିଡିଆ ସେଲ ମୁଖ୍ୟ ତଥା ଏନଏଫଆଇଆର କାର୍ଯ୍ୟକାରୀ କମିଟି ସଦସ୍ୟ ଏଲ.ଡି. ମହାନ୍ତି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *