ଝଙ୍କଡ ୨୩/୯ :-ଦୁରାରୋଗ୍ୟ କ୍ୟାନ୍ସର ରେ ମାଆ ମରିଗଲା ପରେ ବେସାହାରା ଦୁଇ ଭାଇଙ୍କୁ ଆପଣାର କରିନେଇଥିଲେ ନିଃସନ୍ତାନ ଥିବା ମାମୁଁ ମାଇଁ !ମୁଲ ଲାଗି ନିଜ ପେଟକୁ ଦାନା ନଦେଇ ନିରୀହ ଶିଶୁଙ୍କ ମୁହଁରେ ଆହାର ଦେଇ ଛୋଟରୁ ବଡ କଲେ !ଆଶା ଭରଷା ଥିଲା ପରିଣତ ବୟସରେ ସାହାରା ହେବେ !କିନ୍ତୁ ମାମୁଁ ମାଇଁ ଙ୍କ ଆଶା ଆଶାରେ ରହିଗଲା ! ଭଣଜା ବଡହେଇ ବିବାହ କରି ସରିବା ପରେ ପରିବାରର ଚଳଣି ବଦଳି ଗଲା ! ଦୁଇ ଭଣଜାରୁ ସାନ ଭଣଜା ଓ ତାର ଦ୍ଵିତୀୟ ପତ୍ନୀ ମାମୁଁ ମାଇଁଙ୍କୁ ସାହାରା ହେବା ପରିବର୍ତ୍ତେ ସମ୍ପତ୍ତି କୁ ନିଜ ନାମରେ କରାଇ ନ ଦେବାରୁ ଆରମ୍ଭ କରିଦେଲେ ଶାରୀରିକ ଆଉ ମାନସିକ ନିର୍ଯ୍ୟାତନା !ଏପରିକି ଜୀବନରୁ ମାରି ଅଖାରେ ଭର୍ତ୍ତି କରି ମହାନଦୀକୁ ଫିଙ୍ଗି ଦେବାର ଧମକ ଅଭିଯୋଗ କାରିଣୀ ମାଇଁ ଉପଜିଲ୍ଲାପାଳ ଙ୍କୁ ଦେଇଥିବାର ଲିଖିତ ଅଭିଯୋଗ ଆମର ହସ୍ତଗତ ହୋଇଛି !ଖବର ଅନୁସାରେ କଟକ ଜିଲ୍ଲାର ନେମାଳ ଥାନା ଅନ୍ତର୍ଗତ କୁସୁମଣ୍ଡଳ, ବର୍ଗୀହାଟ ଗ୍ରାମର ଇସାରତ ଅଲ୍ଲୀ ଙ୍କ ସ୍ତ୍ରୀ ଜବୁରାନ ବିବି କ୍ୟାନ୍ସର ପୀଡିତା ହୋଇ ମରିଯିବା ପରେ ତାଙ୍କର ୪ ବର୍ଷର ପୁଅ ମୁମତାଜ ଓ ୨ ବର୍ଷର ପୁଅ ଇସାକ ମାଆ ଛେଉଣ୍ଡ ହୋଇ ଗଲେ ! ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିଶନପୁର ପଞ୍ଚାୟତ ଅଧୀନ ମଣପୁର ଗ୍ରାମରେ ରହୁଥିବା ମାମୁଁ ନସିମୁଦ୍ଦିନ ଓ ମାଇଁ ସୋଫିଆ ବିବି ନିଃସନ୍ତାନ ଥିବାରୁ ବେସାହାରା ଶିଶୁ ଦୁଇଟିକୁ ଲାଳନ ପାଳନ କରିବାକୁ ଆଦରି ନେଇଥିଲେ !ମାମୁଁ ମାଇଁ କଣ ଜାଣିଥିଲେ ଯେ ସାନ ଭଣଜା ଇସାକ ଅଲ୍ଲୀ ଓ ତାର ସ୍ତ୍ରୀ ନୁରଜାନ ବିବି ସମ୍ପତ୍ତି ଲୋଭରେ ତାଙ୍କୁ ନିର୍ଯ୍ୟାତନା ଦେବ ବୋଲି ! ଏହି ପରିପ୍ରେକ୍ଷୀରେ ନ୍ୟାୟ ପାଇବାକୁ ମାମୁମାଇଁ ସିନିଅର ସିଟିଜେନ କେସ ଦାୟର କରି ଉପଜିଲ୍ଲାପାଳ ଙ୍କ ଦ୍ୱାରା ତିନିଟା ନିର୍ଦ୍ଦେଶ ନାମା ଜାରି କରେଇ ଥିଲେ ବି ସେସବୁକୁ ଖାତିରି କରୁନାହିଁ ଅଭିଯୁକ୍ତ ଇସାକ ଅଲ୍ଲୀ !ଉପଜିଲ୍ଲାପାଳ ଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରଥମ ନିର୍ଦ୍ଦେଶ ନାମା କେସ ନଂ ୧/୨୦୨୫, ମେମୋ ନଂ ୨୨୯୦/୬, ୨, ୨୦୨୫,ଦ୍ଵିତୀୟ ନିର୍ଦ୍ଦେଶନାମା ପତ୍ରସଂଖ୍ୟା ୬୭୭୦/୧୦. ୪. ୨୫, ମେମୋ ନଂ ୬୭୪୧, ଏବଂ ୩ୟ ନିର୍ଦ୍ଦେଶନାମା ର ପତ୍ରସଂଖ୍ୟା ୯୫୩୩/ ୨୨. ୫. ୨୫,ମେମୋ ନଂ ୯୫୩୪ ଯେଉଁଥିରେ ନିର୍ଦ୍ଦେଶ ଥିଲା ଯେ ମାମୁମାଇଁ ଙ୍କୁ ମେଣ୍ଟେନାନ୍ସ ବାବଦକୁ ଆର୍ଥିକ ରାଶି ପ୍ରଦାନ ଓ ଗୃହ ତ୍ୟାଗ କରି ଅନ୍ୟତ୍ର ରହିବା ! ଯାହାକୁ ଚଞ୍ଚକତା ପୂର୍ବକ ସାଧା କାଗଜରେ ସ୍ଵାକ୍ଷର କରାଇ ଘର ଡିହ କୁ ନିଜ ନାମରେ କରାଇବାକୁ ପ୍ରୟାସ କରିଛି ଇସାକ ଅଲ୍ଲୀ !କିନ୍ତୁ ମାମୁଁ ମାଇଁ ଉପଯୁକ୍ତ ନ୍ୟାୟ ପାଇଁ ସଂଘର୍ଷ ଜାରି ରଖିଥିବା ବେଳେ ନୈରାଶ୍ୟ ଅନୁଭବ କରୁଥିବାର ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି !ଶାନ୍ତିରେ ବସବାସ କରିବାକୁ ମାନ୍ୟବର ଜିଲ୍ଲାପାଳ ଙ୍କୁ ନିବେଦନ କରିବା ସହିତ ଇସାକ ଅଲ୍ଲୀକୁ ଅଲଗା ରହିବାକୁ ମଞ୍ଜୁର ପ୍ରଦାନ କରିବାକୁ ପ୍ରାର୍ଥନା କରିଥିବାର ଦେଖିବାକୁ ମିଳିଛି ! ଦେଖିବାକୁ ରହିଲା ମାମୁଁ ମାଇଁ ଙ୍କୁ ଉଚିତ ନ୍ୟାୟ ମିଳୁଛି ନା ପରିଣତ ବୟସରେ ଭଣଜାର ନିର୍ଯ୍ୟାତନା ସହ୍ୟ କରି ଦୁଃଖ ଦୁର୍ଦ୍ଦିନ ରେ ବଞ୍ଚି ରହୁଛନ୍ତି !!
