ଜେଲ୍‌ରୁ ୨ କଏଦୀ ଚମ୍ପଟ ମାରିବା ପଛରେ ବଡ଼ ଷଡ଼ଯନ୍ତ୍ର

କଟକ ଜିଲା ଖବର ରାଜ୍ୟ
Spread the love

ଚୌଦ୍ୱାର,୫/୧୦: ଚୌଦ୍ବାର ଜେଲ୍‌ରୁ ୨ କଏଦୀ ଚମ୍ପଟ ମାରିବା ଘଟଣାରେ ସାମ୍ନାକୁ ଆସିଛି ଏକ ବଡ଼ ଷଡ଼ଯନ୍ତ୍ରର ଗନ୍ଧ। ଚମ୍ପଟ ମାରିଥିବା ସେଲ ସର୍ଚ୍ଚ କରିବା ପରେ ମାବାଇଲ, ଚାର୍ଜର ମିଳିଛି। ଶୌଚାଳୟ ଭିତରୁ ମୋବାଇଲ, ଚାର୍ଜର ସହ ପାଓ୍ବାର ବ୍ୟାଙ୍କ ବି ମିଳିଥିବା ସୂଚନା ମିଳିଛି। ସେଲ୍‌କୁ ଫୋକସ କରାଯାଇଥିବା ସିସି କ୍ୟାମେରାର ଦିଗ ବଦଳା ଯାଇଛି।ଦଶହରାରେ ୨ ବିହାରୀ କଏଦୀଙ୍କୁ ସେଲ୍‌ ବାହାରକୁ ବୁଲିବାକୁ ଛଡ଼ାଯାଇଥିଲା। ଘଟଣା ପୂର୍ବରୁ କଏଦୀଙ୍କ ପାଖରେ ଆରି ଥିବା ଜଣାଇଥିଲେ ଅନ୍ୟ ଜଣେ କଏଦୀ। ଏହା ସତ୍ତ୍ବେ ଜେଲ୍‌ ମାନୁଆଲ ଅନୁସାରେ କଏଦୀଙ୍କ ଠିକଣା ବଦଳା ଯାଇ ନ ଥିଲା। ମାନୁଆଲ ଅନୁସାରେ ଜେଲ ଅଧୀକ୍ଷକ, ଜେଲର୍‌ ପ୍ରତ୍ୟେକ ଦିନ ସେଲ୍‌ ସର୍ଚ୍ଚ କରିବା କଥା। କିନ୍ତୁ ୩ ମାସ ହେବ ଉଭୟ କଏଦୀ ରହୁଥିବା ସେଲ ସର୍ଚ୍ଚ ହୋଇ ନ ଥିବା ସୂଚନାରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *