ଦାର୍ଜିଲିଂ, ୫/୧୦: ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାର ମିରିକରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ମିରିକରେ ଭୂସ୍ଖଳନ ହେବା ଫଳରେ ଅତି କମରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଜିଲ୍ଲା ସହର ଏବଂ ପର୍ଯ୍ୟଟନସ୍ଥଳୀ ମିରିକ ଏବଂ କର୍ସିଓଙ୍ଗକୁ ସଂଯୋଗ କରୁଥିବା ଡୁଡିଆ ଲୁହା ସେତୁ ମଧ୍ୟ ଭୁଶୁଡ଼ି ପଡ଼ିଥିବା ଜାଣିବାକୁ ମିଳିଛି।
ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ହୋଇ ସେତୁ ଭୁଶୁଡ଼ିବାରୁ ଏଭଳି ଅଘଟଣା ଘଟିଛି। ସେତୁଟି କର୍ସିଓଙ୍ଗ ନିକଟବର୍ତ୍ତୀ ଜାତୀୟ ରାଜପଥ ୧୧୦ ପାର୍ଶ୍ୱରେ ଅବସ୍ଥିତ। ଦେଖିବାକୁ ମିଳିଛି ଯେ କିପରି ଭୂମିସ୍ଖଳନ ଗ୍ରାମରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ରାସ୍ତାଗୁଡ଼ିକୁ କାଦୁଅ ତଳେ ପୋତି ହୋଇଯାଇଛି।
