ସ୍ବର୍ଗଦ୍ୱାର ମଶାଣିରୁ ଜୀବନ ପାଇଥିଲେ, ପୁଣି ୧୬ଦିନ ପରେ ଚାଲିଗଲେ ବୃଦ୍ଧା

ଜିଲା ଖବର ପୁରୀ ରାଜ୍ୟ
Spread the love

ପୁରୀ,୨/୧୦: ୧୬ ଦିନ ବଞ୍ଚିବା ପରେ ପୁଣି ଆଖି ବୁଜିଲେ ପୋଲସରାର ପି. ଲକ୍ଷ୍ମୀପୁରୀ। ସ୍ବର୍ଗଦ୍ୱାରରେ ପହଞ୍ଚି ପୁଣି ଜୀବନ ଫେରିଆସିଥିବା ୮୬ ବର୍ଷୀୟା ପି. ଲକ୍ଷ୍ମୀଙ୍କର ବୁଧବାର ଦେହାନ୍ତ ହୋଇଛି। ଗତ ସେପ୍ଟେମ୍ବର ୧୫ରେ ସ୍ବର୍ଗଦ୍ୱାର ଆସିଥିବା ବୃଦ୍ଧାଙ୍କୁ ୧୬ ଦିନ ଧରି ଚିକିତ୍ସାଧୀନ ରଖାଯାଇଥିଲା। ଆଜି ପୁରୀ ମେଡିକାଲ ହସ୍ପିଟାଲ (ସଦର ମୁଖ୍ୟ ଚିକିତ୍ସାଳୟ)ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ପୋଲସରା ଥାନା ଅଧୀନସ୍ଥ ଗ୍ରାମରେ ରହୁଥିବା ପି. ଲକ୍ଷ୍ମୀ ଗତ ୧୫ ସେପ୍ଟେମ୍ବରରେ ସେ ହଠାତ ଅଚେତ ହୋଇ ପୋଲସରା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେଠାରୁ ପୁରୀ ମେଡିକାଲରେ ସ୍ଥାନାନ୍ତର ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ଶ୍ମଶାନରେ ହିଁ ହଠାତ୍‌ ତାଙ୍କ ଜୀବନ ଫେରି ଆସିଥିଲା। ଏହି ଅସାଧାରଣ ଘଟଣା ଦେଖି କେବଳ ତାଙ୍କ ପରିବାରଜନ ନୁହେଁ ପୂରା ପୁରୀ ତାଜୁବ ହୋଇଯାଇଥିଲା। ସେହି ଦିନରୁ ଲକ୍ଷ୍ମୀଙ୍କୁ ଆଇସିୟୁରେ ରଖାଯାଇଥିଲା। କିନ୍ତୁ ୧୬ ଦିନ ଧରି ସେ ଚିକିତ୍ସାଧୀନ ରହିବା ପରେ ବୁଦବାର ତାଙ୍କର ଦେହାନ୍ତ ହୋଇଛି।

Leave a Reply

Your email address will not be published. Required fields are marked *