ପୂର୍ବ ଶତ୍ରୁତାକୁ ନେଇ ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ଜିଲା ଖବର ବାଲେଶ୍ୱର ରାଜ୍ୟ
Spread the love

ନୀଳଗିରି,୩/୧୦: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଳକ ମହିଷାପଟ୍ଟା ପଞ୍ଚାୟତ ସଠିଳବଲବଲିଆ ଗ୍ରାମର ଗଜେନ୍ଦ୍ର ଗିରି(୪୫) ଗତ ୨ ତାରିଖ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ମାଛ ଧରିବା ପାଇଁ ନିକଟ ବିଲକୁ ଖଇଁଚି ବସାଇବାକୁ ଯାଇଥିଲା | ରାତି ୯ଟା ପର୍ଯ୍ୟନ୍ତ ଘରକୁ ଫେରିବାରେ ବିଳମ୍ବ ହେବାରୁ ଗଜେନ୍ଦ୍ରଙ୍କ ପୁଅ ଜୟନ୍ତ ଗିରି(୧୯) ବାପାଙ୍କୁ ଖୋଜିବାକୁ ବିଲକୁ ଯାଇଥିଲେ | ବିଲରେ ପହଞ୍ଚି ଦେଖିବା ବେଳକୁ ସୀମାବର୍ତ୍ତୀ, ଭଉଁରିଆବାଡ଼ ପଞ୍ଚାୟତ ଜଡିବାଲି ଗ୍ରାମର କିଛି ଲୋକ ତାଙ୍କ ବାପାଙ୍କ ମୁଣ୍ଡକୁ କୋଦାଳରେ ପିଟି ଚାଲିଥିଲେ | ଏଥି ମଧ୍ୟରୁ ଡୁମସାହିର ପ୍ରାଣବନ୍ଧୁ ଧଣିକଙ୍କ ପୁଅ ଉଦୟ ଧଣିକ, ବିଦେଶୀ ମିଶ୍ରଙ୍କ ପୁଅ ଜିତେନ୍ଦ୍ର ମିଶ୍ର, ଛୋଟାର ପୁଅ ସିଲୁ ଓ ଅନ୍ୟ ତିନି, ଚାରି ଜଣ ବ୍ୟକ୍ତିଙ୍କ ସଂଘବଦ୍ଧ ଆକ୍ରମଣ କରିଥିବା ଜୟନ୍ତ ଗିରି ନୀଳଗିରି ଥାନାରେ ଏତଲା ଦେଇଛନ୍ତି |
ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ନୀଳଗିରି ମେଡିକାଲକୁ ଅଣାଯାଇଥିଲେ ହେଁ ଗଜେନ୍ଦ୍ର ଗିରିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ | ତେବେ ଏନେଇ ନୀଳଗିରି ଥାନା ପକ୍ଷରୁ ୩୮୫/୨୫ ରେ ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି | ଅନ୍ୟ ପଟେ ଅଭିଯୁକ୍ତମାନେ ଫେରାର ଥିବା ବେଳେ ପୁଲିସ ତଦନ୍ତ ଚଳାଇଛିବୋଲି କହିଛନ୍ତି ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକ। ବିଶେଷ ସୂଚନା କି ବିଲରୁ ପାଣି କାଟି ମାଛ ଧରିବା ଘଟଣାରେ ସକାଳୁ ନିକଟ ଜଡିବାଲି ଗ୍ରାମର ଜଣେ ବ୍ୟକ୍ତିଙ୍କ ସହ ଗଜେନ୍ଦ୍ରଙ୍କର ପାଟିତୁଣ୍ଡ ହୋଇଥିଲା।

Leave a Reply

Your email address will not be published. Required fields are marked *