ମହେନ୍ଦ୍ରଗିରିରେ ଫସି ରହିଥିବା ପର୍ଯ୍ୟଟଙ୍କୁ ଉଦ୍ଧାର ପରେ ସ୍ଥିତିର ଅନୁଧ୍ୟାନ କରିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା

ଗଜପତି ଜିଲା ଖବର ରାଜ୍ୟ
Spread the love

ପାରଳାଖେମୁଣ୍ଡି,୩/୧୦: ଲଘୁଚାପ ଜନିତ ବର୍ଷା ଫଳରେ ଜିଲ୍ଲାର ଅନେକ ସ୍ଥାନରେ ଭୂସ୍ଖଳନ ହେବା ସହ ରାସ୍ତାଘାଟ ପୋଲ ଧୋଇ ହୋଇ ଯାତାୟତ ବାଧାପ୍ରାପ୍ତ ହୋଇଛି। ବର୍ଷାପାଣି ପଶି ଅନେକ ଧନ ଜୀବନ ନଷ୍ଟ ହୋଇଛି। ଜିଲ୍ଲାର ରାୟଗଡ଼ ବ୍ଳକ ଅନ୍ତର୍ଗତ ମାର୍ଲଭା ପଞ୍ଚାୟତ ପେକଟ ଗାଁର ଚାଷ ଜମିରୁ ଫେରିବା ବେଳେ ପାହାଡ଼ ଧସି ପାଣି ମାଡି ଆସିବାରୁ ଦୁଇ ଜଣ ନିଖୋଜ ଅଛନ୍ତି। ଗତକାଲି ରାତିରେ ଅନ୍ଧକାର କାରଣରୁ ଉଦ୍ଧାର କାର୍ଯ୍ୟ ସମ୍ଭବ ପର ହୋଇ ପାରି ନଥିଲା। ଆଜି ସକାଳୁ ଅଗ୍ନିଶମ ବାହିନୀ ଓ ପୁଲିସ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ତୁରନ୍ତ ସହାୟତା ଯୋଗାଇଦେବା ସହ ସ୍ଥିତିର ଅନୁଧ୍ୟାନ ପାଇଁ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ବିଳମ୍ବିତ ରାତିରେ ମନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି।

ସେପଟେ ପାହାଡ଼ ଧସିବା କାରଣରୁ ମହେନ୍ଦ୍ରଗିରିରେ ଫସି ରହିଥିବା ପର୍ଯ୍ୟଟକମାନଙ୍କୁ ଉଦ୍ଧାର ପରେ ସୁରକ୍ଷିତ ସ୍ଥାନରେ ରଖାଯାଇଥିବା ପର୍ଯ୍ୟଟକଙ୍କ ସହ ଆଲୋଚନା କରିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା।

Leave a Reply

Your email address will not be published. Required fields are marked *