ଘୁ.ଉଦୟଗିରି: ସ୍ଥାନୀୟ ବ୍ଳକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ମାଲାନସୁଗା ଛକରେ ରବିବାର ରାତିରେ ହାତୀ ଉପଦ୍ରବରେ ପୁଣି ଭୟର ବାତାବରଣ ସୃଷ୍ଟି ହୋଇଛି। କିଛିଦିନ ଶାନ୍ତ ଥିବା ଅଞ୍ଚଳରେ ହଠାତ୍ ଦୁଇଟି ଦନ୍ତାହାତୀ ଆସି ଦୁଇଟି ଘର ନଷ୍ଟ କରିବା ସହ ଅନେକ ଧନ ସମ୍ପତ୍ତି କ୍ଷତି କରିଛନ୍ତି।
ହାତୀ ଆକ୍ରମଣରେ ଭୀମସେନ ମଲ୍ଲିକଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ସୁମନ୍ତ ପ୍ରଧାନଙ୍କ ଘର ଆଂଶିକ ଭାବରେ ନଷ୍ଟ ହୋଇଛି। ଭୀମସେନ ଓ ତାଙ୍କ ସ୍ତ୍ରୀ ପନିପରିବା ଚାଷ କରି ଜୀବିକା ନିର୍ବାହ କରୁଛନ୍ତି। କିନ୍ତୁ ଦୁଃଖର ବିଷୟ ହେଉଛି, ଏହା ସେମାନଙ୍କ ଘର ଉପରେ ହାତୀଙ୍କ ପଞ୍ଚମ ଆକ୍ରମଣ। ଗତକାଲି ରାତିରେ ହାତୀ ଦୁଇଟି ଘର ଭାଙ୍ଗି ଧାନ, ମାଣ୍ଡିଆ, ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟସାମଗ୍ରୀ ଖାଇଦେଇଛନ୍ତି। ଘର ଭିତରେ ଥିବା ହାଣ୍ଡି, ମାଠିଆ ଓ ମୂଲ୍ୟବାନ ସାମଗ୍ରୀ ମଧ୍ୟ ଭାଙ୍ଗି ନଷ୍ଟ ହୋଇଛି।ପ୍ରତକ୍ଷଦର୍ଶୀ ମହର୍ଷି ପ୍ରଧାନ କହିଛନ୍ତି। ସଂଧ୍ୟା ୭ଟା ବେଳେ ଦୁଇଟି ହାତୀ ଆସି ମୋ ଧାନ ବିଲ ନଷ୍ଟ କଲେ। ସେମାନେ ସକାଳ ୪ଟା ପର୍ଯ୍ୟନ୍ତ ଅଞ୍ଚଳ ମଧ୍ୟରେ ଉପଦ୍ରବ କରିଚାଲିଲେ ସୂଚନା ପାଇ ବନ ବିଭାଗ କର୍ମଚାରୀମାନେ ରାତି ୯ଟା ବେଳେ ଆସି ୧୧ଟା ପର୍ଯ୍ୟନ୍ତ ଉପସ୍ଥିତ ଏହି ଘଟଣା ସ୍ଥଳ ପରିଦର୍ଶନ କରିଥିଲେ। କିନ୍ତୁ ହାତୀ ଫେରି ଯାଇଥିବ ବୋଲି ଭାବି ସେମାନେ ଫେରିଯାଇଥିଲେ। ସେମାନଙ୍କ ଯିବା ପରେ ହାତୀ ପୁଣି ଫେରି ଆସି ଅଧିକ ଉପଦ୍ରବ କରିଥିଲେ। ଏହି ଅବସ୍ଥାରେ ଗ୍ରାମବାସୀମାନେ ବନ ବିଭାଗ ଉପରେ ତିବ୍ର ଅସନ୍ତୋଷ ପ୍ରକାଶ କରି କହିଛନ୍ତି
