ନୂଆପଡ଼ାରେ ଆଜି ଠାରୁ ଆଦର୍ଶ ଆଚରଣ ବିଧିଲାଗୁ

ଜିଲା ଖବର ନୂଆପଡ଼ା ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ବର ୬/୧୦: ବହୁ ପ୍ରତୀକ୍ଷିତ ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି। ଏଠାରେ ଆସନ୍ତା ନଭେମ୍ବର ୧୧ ତାରିଖରେ ମତଦାନ ହେବ। ନଭେମ୍ବର ୧୪ ତାରିଖରେ ମତଦାନର ଗଣତି ହେବା ସହିତ ଫଳାଫଳ ପ୍ରକାଶ ପାଇବ। ଏଥି ପାଇଁ ଆସନ୍ତା ଅକ୍ଟୋବର ୧୩ ତାରିଖ ଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଅକ୍ଟୋବର ୨୦ ତାରିଖକୁ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରଖାଯାଇଛି। ଅକ୍ଟୋବର ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଅକ୍ଟୋବର ୨୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିବ। ନଭେମ୍ବର ୧୬ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ସନ୍ଥ ଗୋପାଳନ ଏନେଇ ସୂଚନା ଦେଇଛନ୍ତି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ନୂଆପଡ଼ା ଉପନିର୍ବାଚନରେ ମୋଟ ୧ ଲକ୍ଷ ୨୨ ହଜାର ୧୦୩ ପୁରୁଷ ଏବଂ ୧ ଲକ୍ଷ ୨୬ ହଜାର ୧୩୨ ମହିଳା ମତଦାନ କରିବେ। ସେହିପରି ୪ ହଜାର ଭିନ୍ନକ୍ଷମ ଏବଂ ୨୦୦୭ ବୟସ୍କ ଭୋଟରଙ୍କ ତାଲିକା ପ୍ରକାଶ ପାଇଛି। ମତଦାତାମାନେ ମୋବାଇଲ ରଖି ଭୋଟ ଦେବେ। ଏଜେଣ୍ଟମାନେ ବୁଥ ଭିତରକୁ ମୋବାଇଲ ନେଇପରିବେ ନାହିଁ। ରିଅଲ ଟାଇମ୍ ସିଷ୍ଟମରେ ୱେବ୍ କ୍ୟାଷ୍ଟିଂ କରାଯିବ। ୧୯୫୦ ଭୋଟର ହେଲ୍ପ ଲାଇନ ନମ୍ବର କାର୍ଯ୍ୟକାରୀ ହେବ।

ନୂଆପଡ଼ା ଉପନିର୍ବାଚନ ପାଇଁ ଆସନ୍ତା ଅକ୍ଟୋବର ୧୩ ତାରିଖ ଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଅକ୍ଟୋବର ୨୦ ତାରିଖକୁ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରଖାଯାଇଛି। ଅକ୍ଟୋବର ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଅକ୍ଟୋବର ୨୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିବ।ସେ କହିଛନ୍ତି ଉପନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ପ୍ରତି ପୋଲିଂ ଷ୍ଟେସନରେ ସମସ୍ତ ବ୍ୟବସ୍ଥା କରାଯିବ। ବୟସ୍କଙ୍କ ପାଇଁ ଘରେ ଭୋଟ ଦେବା ପାଇଁ ବ୍ୟବସ୍ଥା କରାଯିବ। ସମସ୍ତ ପ୍ରାର୍ଥୀ ଏବଂ ତାଙ୍କର ରାଜନୈତିକ ଦଳ ପାର୍ଥୀଙ୍କ ଅପରାଧିକ ମାମଲାକୁ ୩ଥର ସୂଚନା ପ୍ରକାଶ କରିବାକୁ ପଡ଼ିବ। ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୩୫୮ଟି ମତଦାନ କେନ୍ଦ୍ର ରହିବ। ପ୍ରତି କେନ୍ଦ୍ରରେ ସର୍ବାଧିକ ୧୨ ସହ ଭୋଟର ଭୋଟ ଦେଇପାରିବେ।

Leave a Reply

Your email address will not be published. Required fields are marked *