ଓଡ଼ିଶା ସରକାରଙ୍କ ବଡ ଘୋଷଣା: ବଢ଼ିଲା ସ୍କଲାରସିପ

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ଵର,୭/୧୦: ଓଡ଼ିଶା ସରକାର ରାଜ୍ୟର ପ୍ରମୁଖ ଶିକ୍ଷା ଯୋଜନା ”ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଯୋଜନା ଓ ଅନ୍ୱେଷା ଯୋଜନା” ଅଧୀନରେ ପ୍ରି-ମେଟ୍ରିକ ଓ ପୋଷ୍ଟ-ମେଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବାର୍ଷିକ ବୃତ୍ତି ରାଶି ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଯୋଜନାରେ ପ୍ରି-ମେଟ୍ରିକ ଛାତ୍ରଛାତ୍ରୀଙ୍କ ବୃତ୍ତି ରାଶି ବାର୍ଷିକ ୧୦,୫୦୦ ଟଙ୍କାରୁ ୧୬,୦୦୦ ଟଙ୍କାକୁ ବୃଦ୍ଧି ପାଇଛି।ସେହିପରି, ଆର୍ଥିକ ଦୁର୍ବଳ ପରିବାରର ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରୁଥିବା ଅନ୍ୱେଷା ଯୋଜନାରେ ବୃତ୍ତି ରାଶି ୧୧,୦୦୦ ଟଙ୍କାରୁ ୧୭,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ପୋଷ୍ଟ-ମେଟ୍ରିକ ସ୍ତରରେ, ପୁରୁଷ ଛାତ୍ରମାନେ ପୂର୍ବରୁ ପାଉଥିବା ୧୧,୦୦୦ ଟଙ୍କା ବଦଳରେ ଏବେ ୧୬,୦୦୦ ଟଙ୍କା ଏବଂ ମହିଳା ଛାତ୍ରୀମାନେ ୧୭,୦୦୦ ଟଙ୍କା ବାର୍ଷିକ ପାଇବେ।ସୋମବାର ନୂଆପଡ଼ାରେ ଆୟୋଜିତ ଏକ ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଘୋଷଣା କରି କହିଛନ୍ତି, “ଶିକ୍ଷା ହେଉଛି ବିକାଶର ମୂଳ ଆଧାର। ଆମ ସରକାର ପ୍ରତ୍ୟେକ ପିଲାଙ୍କ ପାଇଁ ସମାନ ଶିକ୍ଷା ସୁଯୋଗ ନିଶ୍ଚିତ କରିବାକୁ ପ୍ରତିବଦ୍ଧ।” ଏହି ବୃଦ୍ଧିପ୍ରାପ୍ତ ଆର୍ଥିକ ସହାୟତା ଓଡ଼ିଶାର ହଜାର ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ବାଧା ବିନା ଗୁଣାତ୍ମକ ଶିକ୍ଷା ଗ୍ରହଣ କରିବାରେ ସହାୟକ ହେବ ବୋଲି ସେ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *