ସୋରଡ଼ା, ୯/୧୦ : ଗଞ୍ଜାମ ଜିଲା ସୋରଡ଼ା ଥାନା ଗୋଛା ପଞ୍ଚାୟତ ସର୍ଗଦାର ଗ୍ରାମ ନିକଟରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଠେଙ୍ଗାରେ ପିଟି ପିଟି ବୃଦ୍ଧାଙ୍କ ହତ୍ୟା କରିଛନ୍ତି ଦୁବୃର୍ତ୍ତ । ମୃତକ ଜଣକ ସିଙ୍ଗପୁର ଗ୍ରାମର ଶିଶିର ମୁନି ବୟସ ୫୫ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ କହିବା ପ୍ରକାରେ ମୃତକ ବୃଦ୍ଧା ଜଣକ ଭିକ୍ଷାବୃତ୍ତି କରୁଥିଲେ । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତି ସମୟରେ କିଛି ଦୁବୃର୍ତ୍ତ ଭିକାରୀ ଜଣଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛନ୍ତି। ଆଜି ଭୋର୍ ସମୟରେ ସ୍ଥାନୀୟ ଲୋକ ସୂଚନା ଦେବା ପରେ ଘଟଣାସ୍ଥଳରେ ସୋରଡ଼ା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଏହି ଘଟଣା ସମ୍ବନ୍ଧରେ ଦୁଇ ଜଣଙ୍କୁ ଥାନାରେ ରଖି ପଚରାଉଚରା କରୁଥିବା ସୂଚନା ମିଳୁଛି । ହେଲେ କେଉଁ କାରଣରୁ ହତ୍ୟା କରାଯାଇଛି ତାହାର କାରଣ ଅସ୍ପଷ୍ଟ ରହିଛି।
