ଜୟ ଢୋଲକିଆ ବିଜେପିରେ ମିଶିବା ପରେ ବିଜେଡିର ଅଜବ ପ୍ରତିକ୍ରିୟା

ଜିଲା ଖବର ନୂଆପଡ଼ା ଭୁବନେଶ୍ୱର ରାଜ୍ୟ
Spread the love

ଭୂବନେଶ୍ଵର, ୧୧/୧୦: ବିଧାନସଭା ଉପନିର୍ବାଚନ ପୂର୍ବରୁ ଜୟ ଢୋଲକିଆ ବିଜେପିରେ ମିଶିବା ପରେ ପ୍ରତିକ୍ରିୟା ରଖିଛି ବିଜେଡି। ଦଳର ବରିଷ୍ଠ ନେତା ପ୍ରତାପ ଜେନା କହିଛନ୍ତି, କିଛି ଦିନ ତଳେ ଜୟ କହିଥିଲେ ଯେ ମୋ ନେତା ନବୀନ ପଟ୍ଟନାୟକ। ତାଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବେ। ହେଲେ ବିଜେପି ଦଳର ଘୋଡ଼ା ବେପାରରେ ସେ ବିକ୍ରି ହୋଇଗଲେ। ରାଜେନ୍ଦ୍ର ଢୋଲକିଆ ବଞ୍ଚିଥିଲେ ସେ କେଵେ ଏହାକୁ ଗ୍ରହଣ କରି ନ ଥାନ୍ତେ। ଜୟ ଢୋଲକିଆ ଯଦି ପ୍ରକୃତରେ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ହୋଇଥାନ୍ତେ ସେ କେବେ ଏଭଳି କରି ନ ଥାନ୍ତେ। ସେ ଯେହେତୁ ପୋଷ୍ୟପୁତ୍ର ରାଜେନ୍ଦ୍ର ଢୋଲକିଆଙ୍କ ରକ୍ତ ତାଙ୍କ ଦେହରେ ନାହିଁ। ତେଣୁ ସେ  ଏଭଳି ନିଷ୍ପତ୍ତି ନେଲେ। ଏହାକୁ ନୂଆପଡାବାସୀ କେବେ ଗ୍ରହଣ କରିବେ ନାହିଁ।

Leave a Reply

Your email address will not be published. Required fields are marked *