ଭୂବନେଶ୍ଵର, ୧୧/୧୦: ଶ୍ଵେତପର୍ଣ୍ଣା ପଣ୍ଡା ପାଇବେ ଏକଲବ୍ୟ ପୁରସ୍କାର । ବ୍ୟାଡମିଣ୍ଟନ ତାରକା ଶ୍ଵେତପର୍ଣ୍ଣାଙ୍କୁ ୭ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ । ୨୦୨୫ ପାଇଁ ଏହି ପୁରସ୍କାର ପାଇବେ ଏହି ଅନ୍ତର୍ଜାତୀୟ ଖେଳାଳି । ସେହିପରି ଭାରତ୍ତୋଳକ ପ୍ରୀତିସ୍ମିତା ଭୋଇ ଏବଂ ଟେନିସ ଖେଳାଳି ଆହନ ଉପବିଜେତା ଘୋଷିତ ହୋଇଛନ୍ତି । ଉଭୟଙ୍କୁ ପୁରସ୍କାର ବାବଦରେ ଦେଢ଼ ଲକ୍ଷ ଲେଖାଏଁ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ । ବିଭିନ୍ନ କ୍ଷେତ୍ରର ପ୍ରଖ୍ୟାତ ଜୁରି ସଦସ୍ୟମାନଙ୍କୁ ନେଇ ଗଠିତ ଏକଲବ୍ୟ ପୁରସ୍କାର କମିଟି ପକ୍ଷରୁ ଶନିବାର ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ପରେ ଇମ୍ଫା ଦ୍ବାରା ପରିଚାଳିତ ଏକ ଚାରିଟେବୁଲ ଟ୍ରଷ୍ଟ ଦ୍ବାରା ଏହି ପୁରସ୍କାର ଘୋଷଣା କରାଯାଇଛି।
