ରେକର୍ଡ ଭାଙ୍ଗିଲା ମଦବିକ୍ରି: ରାଜଧାନୀବାସୀ ପିଇଦେଲେ ୩୨ କୋଟି

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର, ୧/୧ : ନୂଆବର୍ଷ ମଉଜରେ ମଦ ପିଆରେ ରେକର୍ଡ । ବର୍ଷର ଶେଷ ସପ୍ତାହରେ ରାଜଧାନୀରେ ଦେଶୀ-ବିଦେଶୀ ମିଶେଇ ଲୋକ ପିଇଗଲେ ୪ ଲକ୍ଷ ଲିଟର ମଦ। ବଡ଼ଦିନରୁ ଜିରୋନାଇଟ୍ ସେଲିବ୍ରେସନ ଯାଏଁ ୩୨ କୋଟି ଟଙ୍କାର ମଦ ବିକ୍ରି ହୋଇଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।୨୦୨୫ ମସିହା ଶେଷ ସପ୍ତାହରେ ଭୁବନେଶ୍ବରରେ ବିକ୍ରି ହୋଇଛି ଅଢେଇ ଲକ୍ଷ ଲିଟର ବିଦେଶୀ ଓ ଦେଢ ଲକ୍ଷ ଲିଟର ଦେଶୀ ମଦ । ୧ ଲକ୍ଷ ୭୮ ହାଜର ଲିଟର ବିୟର୍ ବିକ୍ରି ହୋଇଛି। ବଡ ଦିନଠାରୁ ଜିରୋ ନାଇଟ୍ ମଧ୍ୟରେ ବିଭିନ୍ନ କ୍ଲବ, ପବ, ଅଫ ସପରେ ବିକ୍ରି ହୋଇଛି ୩୨ କୋଟି ୫୫ ଲକ୍ଷରୁ ଅଧିକ ଟଙ୍କା।୨୮ କୋଟି ୪ ଲକ୍ଷ ୮୧ ହଜାର ଟଙ୍କାର ବିଦେଶୀ ଓ ୩ କୋଟି ୫୬ ଲକ୍ଷ ୧୧ ହଜାର ଟଙ୍କାର ବିୟର୍ କିଣିଛନ୍ତି ଲୋକେ। ସେହିଭଳି ୯୪ ଲକ୍ଷ ୨୦ ହଜାର ଟଙ୍କାର ଦେଶୀ ମଦ ବିକ୍ରି ହୋଇଛି ।

Leave a Reply

Your email address will not be published. Required fields are marked *