୨୦୨୫ରେ ନନ୍ଦନକାନନ ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ; ରାଜସ୍ବ ଆୟ ୨୫ କୋଟି

ଭୁବନେଶ୍ୱର ମନୋରଞ୍ଜନ ରାଜ୍ୟ
Spread the love

ଭୁବନେଶ୍ୱର, ୧/୧: ୨୦୨୫ ମସିହାରେ ଭୁବନେଶ୍ୱରରେ ଅବସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସର୍ବାଧିକ ପର୍ଯ୍ୟଟକମାନଙ୍କ ଆଗମନ ହୋଇଥିବା ନେଇ ରେକର୍ଡ କରାଯାଇଛି।ତେବେ ୨୦୨୪ ମସିହାରେ ମୋଟ ୩୭,୯୯,୬୩୨ ପର୍ଯ୍ୟଟକ ନନ୍ଦନକାନନ ଆସିଥିବା ବେଳେ ୨୦୨୫ ମସିହା ମଧ୍ୟରେ ମୋଟ ୪୦,୨୦,୫୩୯ ଜଣ ଲୋକ ଆସିଥିବା ନେଇ ଚିଡ଼ିଆଖାନା କର୍ତ୍ତୃପକ୍ଷ ଗୁରୁବାର ଦିନ କହିଛନ୍ତି।ଏଥିସହିତ ଏହି ସମସ୍ତ ଉତ୍ସରୁ ସଂଗ୍ରହ ହୋଇଥିବା ରାଜସ୍ୱ ୨୩.୨୩ କୋଟି ଟଙ୍କାରୁ ଅଧିକ ଥିଲା। ଯାହା ୨୦୨୪ ତୁଳନାରେ ପ୍ରାୟ ୧.୦୬ କୋଟି ଟଙ୍କା ଅଧିକ ଥିବା ନେଇ ମଧ୍ୟ କୁହାଯାଇଛି ।

Leave a Reply

Your email address will not be published. Required fields are marked *