ବୋଲେର ଗାଡି ସହ ୧୪ପ୍ୟାକେଟ ଗ6ଞ୍ଜଇ ଜବତ

ଜିଲା ଖବର ବଲାଙ୍ଗୀର ରାଜ୍ୟ
Spread the love

ବଲାଙ୍ଗିର, ୧୩/୧୦: ବୌଦ୍ଧ ଜିଲା କଣ୍ଟାମାଳରୁ ମଧ୍ୟପ୍ରଦେଶ ଚାଲାଣ ହେଉଥିବା ୧୪ ପ୍ୟାକେଟ ଗଞ୍ଜେଇକୁ ପୋଲିସ ଜବତ କରିଛି। ବଲାଙ୍ଗିର ଜିଲା ପୁଇଁତଲା ଥାନା ଛତାପିପଲ ନିକଟ କୁରେଭନା ଛକରେ ପୁଇନ୍ତଲା ଥାନା ପୋଲିସ ଭୋର ସକାଳ ୬ଟା ସମୟରେ ପେଟ୍ରୋଲିଂ କରିବା ବେଳେ MP 35BA0801ଏକ ବୋଲେରୋ ଗାଡ଼ି ପୋଲିସ ହାବୁଡ଼ରେ ପଡ଼ିଥିଲା l ଚଢାଉ ସମୟରେ ଗାଡ଼ି ଭିତରୁ ଗଞ୍ଜେଇ ଥିବା ଜଣାପଡିଥିଲା l ଗାଡ଼ିକୁ ଜବତ କରି ଯାଞ୍ଚ କରିଥିଲେ। ୨ ଅଭିଯୁକ୍ତ ଚମ୍ପଟ ମାରିବାରେ ସଫଳ ହୋଇଥିଲାବେଳେ ଜଣକୁ ଅଟକ ରଖି ପୋଲିସର ପଚରାଉଚରା କରୁଥିବା ଜଣାପଡିଛି। ଗାଡ଼ିଟି ଛତପିପଲ ମେହେରମୁଣ୍ଡା ରାସ୍ତା ଦେଇ ଭାଲେର ବାଟରୁ ବାହାରି ମଧ୍ୟପ୍ରଦେଶକୁ ଯାଇଥାନ୍ତା l ଗଞ୍ଜେଇ ମାଫିଆମାନେ ମଧ୍ୟପ୍ରଦେଶର ପାଟଣାକୁ ଗଞ୍ଜେଇ ଚାଲାଣ କରୁଥିବା ଜଣାପଡିଛି l ମାଜିଷ୍ଟ୍ରେଟ ଉପସ୍ଥିତିରେ କେତେ ଗଞ୍ଜେଇ ଚାଲାଣ ହେଉଥିଲା ଓଜନ କଲା ପରେ ଜଣାପଡ଼ିବ ବୋଲି ପୁଇନ୍ତଲା ଥାନା ଅଧିକାରୀ ଅନିତା ପ୍ରଧାନ କହିଛନ୍ତି।

Leave a Reply

Your email address will not be published. Required fields are marked *