ଶ୍ରୀମନ୍ଦିରକୁ ପୁଲିସ ଓ ସେବାୟତଙ୍କୁ ମୋବାଇଲ ମନା

ଜିଲା ଖବର ପୁରୀ ରାଜ୍ୟ
Spread the love

ପୁରୀ, ୧୫/୧୦: ଶ୍ରୀମନ୍ଦିର ସୁରକ୍ଷା ସବ୍‌-କମିଟିର ପ୍ରଥମ ବୈଠକ ମଙ୍ଗଳବାର ନୀଳାଦ୍ରି ଭକ୍ତ ନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁରକ୍ଷା ସବ୍‌-କମିଟି ଅଧ୍ୟକ୍ଷ ଡ. ଗିରୀଶ ଚନ୍ଦ୍ର ମୁର୍ମୁ ଅଧ୍ୟକ୍ଷତା କରିଥିଲେ। ଜିଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଅଯୋଧ୍ୟା ରାମ ମନ୍ଦିର ଓ ତିରୁପତି ମନ୍ଦିର ସୁରକ୍ଷା ବ୍ୟବସ୍ଥା ଭଳି ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ଅବଲମ୍ବନ କରିବାକୁ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି।ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ୪ଭାଗରେ ଭାଗ କରାଯାଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ପ୍ରଥମେ ଭିତ୍ତିଭୂମି, ଦ୍ବିତୀୟରେ ସରଞ୍ଜାମ, ତୃତୀୟରେ ଭିଡ଼ ନିୟନ୍ତ୍ରଣ ଏବଂ ଚତୁର୍ଥରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ସମ୍ପର୍କରେ ଆଲୋଚନା କରାଯାଇଛି। ଏଣିକି ଶ୍ରୀମନ୍ଦିରକୁ ମୋବାଇଲ ନେବା ସମସ୍ତଙ୍କ ପାଇଁ ବାରଣ କରାଯାଇଛି। ଶ୍ରୀମନ୍ଦିରକୁ ପୁଲିସ ଓ ସେବାୟତ ମୋବାଇଲ ନେଇପାରିବେ ନାହିଁ। ଆଗାମୀ ଦିନରେ ଶ୍ରୀମନ୍ଦିର ଭିତରେ ଯୋଗାଯୋଗ ପାଇଁ ୱାକିଟକିର ବ୍ୟବସ୍ଥା କରାଯିବ ବୋଲି ଶ୍ରୀମନ୍ଦିର ସୁରକ୍ଷା ସବ୍‌-କମିଟି ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଆଲୋଚନା କାଳରେ ଶ୍ରୀମନ୍ଦିର ଭିତର, ବାହାର ଏବଂ ସହର ଭିତରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆ‌େ‌ଲାଚନା ହୋଇଛି।

Leave a Reply

Your email address will not be published. Required fields are marked *