ରାଜସ୍ଥାନରେ ବସ୍‌ ଜଳି ୨୦ ଜୀବନ୍ତ ଦଗ୍ଧ

ଦେଶବିଦେଶ
Spread the love

ଜୟପୁର, ୧୫ /୧୦: ରାଜସ୍ଥାନରେ ଜୈସଲମୀରରେ ବସ୍‌ରେ ନିଆଁ ଲାଗିଯିବାରୁ ୨୦ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପ୍ରଶାସନିକ ଅଧିକାରୀମାନେ ଡିଏନଏ ପରୀକ୍ଷା ମାଧ୍ୟମରେ ମୃତବ୍ୟକ୍ତି ମାନଙ୍କ ଚିହ୍ନଟ କରିବା ଉପରେ ଧ୍ୟାନ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରି ଟ୍ୱିଟ୍‌ କରି କହିଛନ୍ତି, “ରାଜସ୍ଥାନର ଜୈସଲମେରରେ ଏକ ଦୁର୍ଘଟଣା ରେ ଜୀବନହାନି ହୋଇଥିବାରୁ ମୁଁ ମର୍ମାହତ। ଏହି କଷ୍ଟକର ସମୟରେ ମୋର ସମବେଦନା ପ୍ରଭାବିତ ଲୋକ ଏବଂ ସେମାନଙ୍କ ପରିବାର ସହିତ ଅଛି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।”

Leave a Reply

Your email address will not be published. Required fields are marked *