ଜାତୀୟ ପ୍ରେସ୍‌ ଦିବସ

ଦେଶବିଦେଶ ରାଜ୍ୟ
Spread the love

ସମାଜର ଦୁଃଖୀ ଦରିଦ୍ର ବର୍ଗଙ୍କ ଦୁଃଖ ଦୁର୍ଦଶାରୁ ଆରମ୍ଭ କରି ସଂଘର୍ଷ ଓ ବିଜୟ ପର୍ଯ୍ୟନ୍ତ ସବୁ ସ୍ଥିତିରେ ଲୋକଙ୍କ ସହିତ ଠିଆ ହେଉଥିବା ବ୍ୟକ୍ତିଟି ହେଉଛି ସାମ୍ବାଦିକ। ବ୍ୟକ୍ତି, ଅନୁଷ୍ଠାନ, ପ୍ରଶାସନକୁ ସହଯୋଗ କରି ଆସୁଥିବା ସାମ୍ବାଦିକ ସହିତ କେହି ଠିଆ ହୁଅନ୍ତି ନାହିଁ। ଆଜି ପ୍ରଶାସନରୁ ଆରମ୍ଭ କରି ଶିଳ୍ପସଂସ୍ଥା ପର୍ଯ୍ୟନ୍ତ ନିଜ ପ୍ରଚାର ପ୍ରସ​‌ାର ପାଇଁ ସାମ୍ବାଦିକଙ୍କୁ ଖୁବ୍ ଭଲଭାବେ ଉପଯୋଗ କରନ୍ତି। କୌଣସି ସମସ୍ୟାକୁ ଅଙ୍ଗୁଳି ନିର୍ଦେଶ କଲେ ବିରୋଧ କରିବା ପାଇଁ ମଧ୍ୟ ପଶ୍ଚାତ୍‌ପଦ ହୁଅନ୍ତି ନାହିଁ। ତା ଛଡ଼ା ଗଣମାଧ୍ୟମର ମାର୍କେଟ ବିସ୍ତୃତ ହୋଇ ଚାଲିଥିବା ବେଳେ ବୃତ୍ତିର ମହତ୍ତ୍ବ କ୍ରମେ ହ୍ରାସ ପାଇ ଚାଲିଛି। ଏବେ ସାମାଜିକ ଗଣମାଧ୍ୟମ ଦ୍ବାରା ମୁଖ୍ୟସ୍ରୋତ ଛାପା ଗଣମାଧ୍ୟମ ପ୍ରଭାବିତ ହେଉଛି।ବର୍ତ୍ତମାନ ସାମ୍ବାଦିକଟିଏ ବୃତ୍ତିଗତ, ଅର୍ଥଗତ ଓ ପାରିପାର୍ଶ୍ବଗତ ଚାପରେ ଅଧିକ ଉତ୍ପୀଡ଼ିତ। ଦିନ ଏମିତି ଥିଲା ଯେବେ ଖବରକାଗଜ ପ୍ରସାରଣ ଏକ ସାହସିକ କାମ ହେଉଥିଲା। ​‌ସେ ସମୟରେ ଖବର ପ୍ରଭାବ ମଧ୍ୟ ସବିସ୍ତୃତ ହେଉଥିଲା। ପରିବର୍ତ୍ତିତ ପରିସ୍ଥିତିରେ ଏବେ ସେ ଚାପ ନ ଥିଲେ ହେଁ ମୁକ୍ତଭାବେ କୌଣସି ଖବର ଲେଖିବାର ସ୍ବାଧୀନତା ସାମ୍ବାଦିକ ହାତରୁ ଚାଲିଯାଇଛି। ଆଜିର ଗଣମାଧ୍ୟମ ଜଗତ ବ୍ୟବସାୟ ସର୍ବସ୍ବ ହୋଇ ପଡ଼ିଥିବା ବେଳେ ସାମ୍ବାଦିକମାନଙ୍କୁ ସ୍ବାଧୀନ ଚିନ୍ତାଧାରାରୁ ବିଚ୍ୟୁତ କରିଦିଆଯାଉଛି। ଆଜି ସାମାଜିକ ଗଣମାଧ୍ୟମର ଶସ୍ତା ସାମ୍ବାଦିକତା ଫଳରେ ବିଶ୍ୱାସର ପ୍ରହେଳିକା ଦେଖାଦେଇଛି।

Leave a Reply

Your email address will not be published. Required fields are marked *