ପୁତ୍ରସନ୍ତାନ ଜନ୍ମ ନ ହେବାରୁ ୫ ଝିଅ ସହ ପତ୍ନୀଙ୍କୁ ଘରୁ ତଡ଼ିଦେଲା ସ୍ଵାମୀ

ଅପରାଧ ଢେଙ୍କାନାଳ ରାଜ୍ୟ
Spread the love

ଭୁବନ, ୧୬/୧୧: ଏବେ ବି ରହିଛି ତୁଛ ମାନସିକତା। ଅଲୋଡ଼ା ହୋଇଯାଉଛି କନ୍ୟାସନ୍ତାନ। ଢେଙ୍କାନାଳଜିଲ୍ଲା ଭୁବନ ଅଞ୍ଚଳର ଜଣେ ମହିଳାଙ୍କ ପୁତ୍ର ସନ୍ତାନ ଜନ୍ମ ନ ହେବାରୁ ତାଙ୍କ ସ୍ବାମୀ ମାଡ଼ମାରି ଘରୁ ତଡ଼ି ଦେଇଛନ୍ତି। ମହିଳା ଜଣକ ନିଜର ୫ଝିଅ ସହ ଭୁବନ ଡାକ୍ତରଖାନା ବାରଣ୍ଡାରେ ଆଶ୍ରୟ ନେଇଥିବା ଦେଖାଯାଇଛି। ଶୁକ୍ରବାର ସନ୍ଧ୍ୟାରେ କୋଳରେ ୪୦ ଦିନର ଶିଶୁକନ୍ୟା ସମେତ ୫ ଜଣ କନ୍ୟାସନ୍ତାନଙ୍କୁ ଧରି ସୁଲୋଚନା ନାୟକ (୩୨ବର୍ଷ) ଭୁବନ ଡାକ୍ତରଖାନାରେ ପହଞ୍ଚିଥିଲେ। ଡାକ୍ତର ଚିକିତ୍ସା କରି ମହିଳାଙ୍କୁ ଡାକ୍ତରଖାନାରେ ରାତିରେ ରହିବାକୁ ସୁଯୋଗ ଦେବା ସହ ଖାଇବାକୁ ଦେଇଥିଲେ। ତେବେ ଡାକ୍ତରଖାନାରେ ଅଧିକ ଦିନ ରହିହେବ ନାହିଁ ବୋଲି ଡାକ୍ତର କହିଥିଲେ।

Leave a Reply

Your email address will not be published. Required fields are marked *