ନୀଳଗିରି, ୧୬/୧୧: ରୋଗୀଙ୍କୁ ଓପିଡିରେ ଦେଖୁଥିବା ଜଣେ ଡାକ୍ତରଙ୍କ ଅକାଳ ମୃତ୍ୟୁ ଘଟିଛି। ନୀଳଗିରି ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ତଥା ବ୍ଲଡ଼ ବ୍ୟାଙ୍କ ଇନଚାର୍ଜ ଡାକ୍ତର ତ୍ରିନାଥ ପାଲ ଆଜି ସକାଳେ ଓପିଡି ରେ ରୋଗୀ ଦେଖୁଥିଲେ। ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସେ ୱାସ ରୁମ ଭିତରକୁ ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସରେ ବାଲେଶ୍ୱର ଡାକ୍ତରଖାନା ନିଆଯାଇଥିଲା। ବାଟରେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ବାଲେଶ୍ୱର ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ଏନେଇ ନୀଳଗିରି ଡାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
