୫ ବର୍ଷର ଶିଶୁକୁ ହତ୍ୟା କରିଛି ୧୪ ବର୍ଷୀୟ ନାବାଳକ

ଜିଲା ଖବର ନବରଙ୍ଗପୁର ରାଜ୍ୟ
Spread the love

ନବରଙ୍ଗପୁର, ୧୮/୧୦: ୫ ବର୍ଷର ଶିଶୁକୁ ହତ୍ୟା କରିଛି ଜଣେ ୧୪ ବର୍ଷୀୟ ନାବାଳକ। ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ କୃଷ୍ଣଗୁଡ଼ା ଗ୍ରାମରେ। ପୁଲିସ ଅଭିଯୁକ୍ତ ନାବାଳକକୁ ଅଟକ ରଖି ପଚରାଉଚରା କରୁଛି।ଅଭିଯୁକ୍ତ ନାବାଳକ ଜଣକ ଉକ୍ତ ଗ୍ରାମର ଜରେ ୫ ବର୍ଷର ଶିଶୁକୁ ତଣ୍ଟିଚିପି ହତ୍ୟା କରିଥିଲା। ପରେ ମୃତଦେହକୁ ଏକ ପରିତ୍ୟକ୍ତ ଘରେ ଭର୍ତ୍ତି କରି କବାଟ ଦେଇ ବାହାରେ ଜଗି ରହିଥିଲେ। ଲୋକଙ୍କ ସନ୍ଦେହ ହେବାରୁ ଉକ୍ତ ଘର ଖୋଲି ଦେଖିବା ବେଳକୁ ଭିତରେ ଶିଶୁର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏ ନେଇ ଥାନାକୁ ଖବର ଦିଆଯିବା ପରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *