କଟକ, ୨୦/୧୦: କାରଖାନାର କନଭେୟର ବେଲ୍ଟରେ କହୁଣୀଠୁ ଉପରକୁ ହାତ ଦୁଇ ଖଣ୍ଡ ହୋଇଯାଇଥିଲା। ଏହି କଟା ହାତ ଯୋଡ଼ି ହୋଇଛି। ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାୟକଙ୍କ ନେତୃତ୍ବରେ ଏସ୍ବିଏମ୍ ପ୍ଲାଷ୍ଟିକ ସର୍ଜରି ହସ୍ପିଟାଲରେ ଅସ୍ତ୍ରୋପଚାର ସଫଳ ହୋଇଛି। ଏବେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସୂଚନା ମିଳିଛି। ଢେଙ୍କାନାଳଜିଲ୍ଲା ହିନ୍ଦୋଳର ରୋହିତ ନାୟକଙ୍କ ପୁଅ ରାହୁଲ ନାୟକ(୨୦) ଏକ ଘରୋଇ କମ୍ପାନିରେ ଶ୍ରମିକ ଭାବେ କାମ କରୁଥିଲେ। ୨୦୨୫ ଅଗଷ୍ଟ ୨୮ ତାରିଖ ସକାଳ ୮ଟା ୩୦ ରେ କନଭେୟର ବେଲ୍ଟ ଯାଞ୍ଚ କରିବା ସମୟରେ ରାହୁଲଙ୍କ ବାମହାତ ଦୁଇ ଖଣ୍ଡ ହୋଇଯାଇଥିଲା। ଏହା ପରେ ତାଙ୍କୁ କଟକ ବାଲିକୁଦାରେ ଥିବା ଏସ୍ବିଏମ୍ ପ୍ଲାଷ୍ଟିକ ସର୍ଜରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୬ ଘଣ୍ଟା ଧରି ଅସ୍ତ୍ରୋପଚାର ହୋଇଥିଲା।
