ସ୍କାଏଲାଇଟ ଭାଙ୍ଗି ଥାନାରୁ ଚମ୍ପଟ ମାରିଲା କୁଖ୍ୟାତ ଚୋର

ଅପରାଧ ଜଗତସିଂହପୁର ଜିଲା ଖବର ରାଜ୍ୟ
Spread the love

କଟକ,୨୧/୧୦: ସ୍କାଇଲାଇଟ୍‌ ଭାଙ୍ଗି କୁଖ୍ୟାତ ଚୋର ଚମ୍ପଟ ମାରିଛି। ସେ ପୁଣି ଆଉ କୌଣସି ସ୍ଥାନ ନୁହେଁ, କମିଶନରେଟ ପୁଲିସର ଜଗତପୁର ଥାନା ଅଧିକାରୀଙ୍କ କୋଠାରୀ ଭିତରୁ। ଦିନ ଦ୍ବିପ୍ରହରରେ ଚାରି ଚାରି ଜଣ ପୁଲିସ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ସେ ଫେରାର ହୋଇଛି। ଅଭିଯୁକ୍ତ ନାଁରେ ୫ରୁ ଅଧିକ ମାମଲା ରହିଛି। ପୂର୍ବରୁ ଦୁଇ ଥର ଜେଲ ମଧ୍ୟ ଯାଇଛି। ଜାମିନ ପାଇବା ପରେ ପୁଣି ଅପରାଧରେ ଲିପ୍ତ ରହିଥିଲା।ଜଗତପୁର ଅଞ୍ଚଳର ଏକ ବଡ଼ ଧରଣର ଚୋରି ଘଟଣାରେ ତା’ର ସମ୍ପୃକ୍ତି ରହିଥିବା ସନ୍ଦେହ କରି ପୁଲିସ ତାକୁ ଉଠାଇ ଆଣିଥିଲା। ପଚରାଉଚରା କରିବା ସହ ମାମଲାର ତଦନ୍ତକାରୀ ଅଧିକାରୀଙ୍କ କୋଠରୀରେ ତାକୁ ରଖାଯାଇଥିଲା। ଚାରି ଜଣ କର୍ମଚାରୀ ତାକୁ ଜଗି ରହିଥିଲେ। ଦୁଇ ଜଣ ଖାଇବାକୁ ଯାଇଥିବା ବେଳେ ଅନ୍ୟ ଦୁଇ ଜଣ ତାକୁ କୋଠରୀ ବାହାରେ ଜଗି ରହିଲେ। ହେଲେ ଅଭିଯୁକ୍ତ ଭିତରପଟୁ କବାଟ ଦେଇ ସ୍କାଏଲାଇଟ୍‌ ଭାଙ୍ଗି ଛୁ’ ମାରିଥିଲା। ଥାନାରୁ ଜଣେ କୁଖ୍ୟାତ ଚୋର ଚମ୍ପଟ ମାରିବା ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ଏ ନେଇ ଥାନା ଅଧିକାରୀଙ୍କ ମତାମତ ମିଳିପାରି ନାହିଁ।

Leave a Reply

Your email address will not be published. Required fields are marked *