ଶକ୍ତିଶାଳୀ ବିଦ୍ୟୁତ ଷ୍ଟ୍ରକ୍ଚର ଥିଲେ ମଧ୍ୟ ଝଙ୍କଡ଼ ଅଞ୍ଚଳ ରେ ବାରମ୍ବାର ଲାଇନକାଟ ଯୋଗୁଁ ଜନଜୀବନ ଅତିଷ୍ଠ : ବିଭାଗୀୟ ଅଧିକାରୀମାନେ କରୁଛନ୍ତି କଣ ?

ରାଜ୍ୟ
Spread the love

ଝଙ୍କଡ଼ :   ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ, କନକପୁର, ବସନ୍ତବଗିଚାରେ, ସ୍ଥାନୀୟ ଅଞ୍ଚଳର ବିଦ୍ୟୁତ ଶଙ୍କଟକୁ ଦୃଷ୍ଟି ରେ ରଖି, ଏକ ଉଚ୍ଚ ଶକ୍ତିସମ୍ପନ୍ନ ଷ୍ଟ୍ରକ୍ଚର ବସାଯାଇଛି । ଏହା ସତ୍ତ୍ୱେ ଟିକିଏ ବର୍ଷା ବା ପବନ ହେବାମାତ୍ରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସରବରାହ ବିଛିନ୍ନ କରିଦିଆଯାଉଛି, ପ୍ରଚଣ୍ଡ ଗ୍ରୀଷ୍ମତାପ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଯୋଗୁଁ, ଏ ଅଞ୍ଚଳର ହଜାର ହଜାର ଉପଭୋକ୍ତା, ଗରମରେ ଛଟପଟ ହେଉଛନ୍ତି । ବିଶେଷକରି ରୋଗୀ, ଶିଶୁ ଓ ବୟସାଧିକ ବୃଦ୍ଧ ବୃଦ୍ଧା ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘଣ୍ଟାଘଣ୍ଟା ଧରି ଲାଇନକଟିବା ପରେ, ଯଦି ସାଧାରଣ ଉପଭୋକ୍ତା ମାନେ ବିଦ୍ୟୁତ ବିଭାଗୀୟ ଯନ୍ତ୍ରୀ ବା ଲାଇନମ୍ୟାନ ଙ୍କୁ ଫୋନ କରୁଛନ୍ତି ତେବେ ସେମାନେ ଫୋନ ତ ଉଠାଉ ନାହାଁନ୍ତି, ଅଧିକନ୍ତୁ ଲାଇନଯିବାପରେ ନିଜନିଜର ଫୋନ କୁ ସୁଇଜଅଫ କରିଦେଉଛନ୍ତି । ଯାହାଫଳରେ ଆପତ୍ତି ଅଭିଯୋଗ କରିବା ମଧ୍ୟ ସମ୍ଭବ ହୋଇ ପାରୁନାହିଁ । ସରକାର ଶକ୍ତିସଞ୍ଚୟ କରିବାପାଇଁ ଯୋଜନା କରିଥିବାବେଳେ, କେତେକ ଅସାଧୁ ବିଦ୍ୟୁତ କର୍ମଚାରୀ, ଲାଇନ ନେଇନଥିବା ଲୋକମାନଙ୍କୁ ଚୋରାରେ ଲାଇନ ଦେଇ, ମୋଟାଅଙ୍କର ମାସିକିଆ ବଟିଆଦାୟ କରି ମାଲେମାଲେ ହେଉଛନ୍ତି । ମୂଳିସିଂହ ସହରହାଟରେ ଥିବା ବିଦ୍ୟୁତ କାର୍ଯ୍ୟାଳୟ ମଧୁଶାଳା ରେ ପରିଣତ ହୋଇଛି । ତେବେ ଅସହ୍ୟ ଗରମ ଓ ଗୁଳୁଗୁଳି କୁ ଦୃଷ୍ଟିରେ ରଖି ବିଦ୍ୟୁତବିଭାଗର ପଦସ୍ଥ ଅଧିକାରୀ ମାନେ, ଉପଭୋକ୍ତାମାନଙ୍କୁ ଆବଶ୍ୟକୀୟ ବିଦ୍ୟୁତସେବା ଯୋଗାଇଦେବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *