ଝଙ୍କଡ଼ : ଗତ ରବିବାର ଦିନ କଟକ, ଶତାବ୍ଦୀଭବନ ରେ ଜ୍ଞାନଧନ ଫାଉଣ୍ଡେସନ ଦିଲ୍ଲୀ ତରଫରୁ ଏକ ସମ୍ମାନପ୍ରଦାନ କାର୍ଯ୍ୟକ୍ରମ ବବିତା ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ପ୍ରଶାନ୍ତ କୁମାର ଶତପଥୀ, ବିଶିଷ୍ଟ କବି ସନ୍ତୋଷ କୁମାର ଉପାଧ୍ୟାୟ,ଖ୍ୟାତନାମା ଲେଖକ ବଂଶୀଧର ପଶାୟତ ଓ ସମ୍ପଦ ରଥ ପ୍ରମ୍ମୁଖ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଥିଲେ । ଏହି ଅବସରରେ ତିର୍ତ୍ତୋଲବ୍ଲକ ଗୋବିନ୍ଦପୁର ଗ୍ରାମର, ସାରସ୍ୱତସାଧକ, କବି ଓ ଆଧ୍ୟାତ୍ମିକ ପ୍ରବଚକ ଦିଗାମ୍ବର ରାଉତ ଙ୍କୁ ତାଙ୍କର ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ଜୀବନବ୍ୟାପି ସାଧନା ନିମନ୍ତେ, ଅନୁଷ୍ଠାନ ତରଫରୁ ଅନରାରୀ ଡ଼କ୍ଟରେଟ ଉପାଧି ପ୍ରଦାନ କରାଯିବା ସହିତ ମର୍ଯ୍ୟାଦା ପୋଷାକ, ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଅର୍ପଣ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ତେବେ ଏହି ମର୍ଯ୍ୟାଦାଜନକ ସମ୍ମାନ ପାଇବା ପରେ ତିର୍ତ୍ତୋଲ ଅଞ୍ଚଳର ବହୁ ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଛି ।
