ଝଙ୍କଡ଼ : ବିଶିଷ୍ଟ ସ୍ୱାଧୀନତାସଂଗ୍ରାମୀ, ପ୍ରଖ୍ୟାତ ସମାଜସେବୀ, ସମାଜର ପୂର୍ବତନ ସମ୍ପାଦକ, ସ୍ତମ୍ଭକାର ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ୨୭ତମ ଶ୍ରାଦ୍ଧଉତ୍ସବ ଗତ ରବିବାର ଦିନ, ତିର୍ତ୍ତୋଲ ବ୍ଲକ, ମୂଳିସିଂହ ପଞ୍ଚାୟତ ଅଧିନ ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି |
ଜଗତସିଂହପୁର ସାରସ୍ୱତ ପରିଷଦ ଆନୁକୂଲ୍ୟରେ, ଏହି ଉପଲକ୍ଷେ ଆୟୋଜିତ ସଭାରେ ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଅଧ୍ୟକ୍ଷତା କରି, ଡଃ ରାଧାନାଥ ରଥ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, ଜଣେ ନିର୍ଭିକ ଓ ନିରପେକ୍ଷ ସାମ୍ବାଦିକ, ଆଦର୍ଶ ଜନନାୟକ, ଶୁସାହିତ୍ୟିକ ତଥା ବିଶିଷ୍ଟ ସମାଜସେବୀ ଭାବରେ ପ୍ରତିଷ୍ଠା ଲାଭକରିଥିବା ବେଳେ ସମାଜର ସମ୍ପାଦକୀୟ ଲେଖାରେ ଝିଟିପିଟି କହେ, ଲେଖାକୁ ପଢିବା ପାଇଁ କୋଟିକୋଟି ପାଠକ ଉତ୍କଣ୍ଠା ର ସହିତ ଚାହିଁ ବସିଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ |
ଏହି ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ,ଶିକ୍ଷୟତ୍ରୀ ସୁଦେଷ୍ଣା ଦାସ, ମୋନାଲିସା ଭଟ୍ଟ,ପିୟଙ୍କା ମଣ୍ଡଳ ଓ ଶିକ୍ଷକ ଅକ୍ଷୟ ବେହେରା ପ୍ରମୁଖ ଯୋଗଦେଇ ଡଃ ରଥ ଜଣେ ମହାନ ସାରସ୍ୱତ ସାଧକ ଓ ଅସାଧାରଣ ବ୍ୟକ୍ତିତ୍ୱ ସମ୍ପନ୍ନ ରୁଷିପ୍ରତିମ ଥୁଲେ ବୋଲି, ଆଲୋକପାତ କରିଥିଲେ | ଶେଷରେ ଶିକ୍ଷୟତ୍ରୀ ମିନତୀ ଦାସ ଧନ୍ୟବାଦ ଦେଇଥିଲେ |
