ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ରେ ଡକ୍ଟର ହରେ କୃଷ୍ଣ ମହତାବଙ୍କ ଜନ୍ମ ଜୟନ୍ତୀ ପାଳିତ

କଟକ ଜିଲା ଖବର ରାଜ୍ୟ
Spread the love

କଟକ ସଦର , ୨୧/୧୦: କଟକ ସଦର ୪୨ ମୌଜା ପାଟଣା ଗ୍ରାମର ସର୍ବ ପୁରାତନ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ର ପୂଜ୍ୟ ପୂଜା ଗୃହ ରେ ଡକ୍ଟର ହରେ କୃଷ୍ଣ ମହତାବ ଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପ୍ରତିଷ୍ଠାନ ର ଉପଦେଷ୍ଟା ସେବକ ଇଞ୍ଜିନିୟର ଶ୍ରୀକାନ୍ତ ବେଉରା, ସଭାପତି ସରୋଜ ନଳିନୀ ପରିଜା, କାର୍ଯ୍ୟକାରୀ ସଭାପତି ଶିକ୍ଷକ ରତ୍ନ ଅଭୟ କୁମାର ଦାସ, ମହାସଚିବ ରୁଦ୍ର ନାରାୟଣ ଦାସ,ଶିକ୍ଷକ ମିହିର କୁମାର ନାୟକ, ଏବଂ ଛାତ୍ର ଛାତ୍ରୀ ମାନେ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଗଭିରତମ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ବକ୍ତା ମାନେ ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ଡକ୍ଟର ହରେ କୃଷ୍ଣ ମହତାବ ୧୯୪୬ ରୁ ୧୯୫୦ ପର୍ଯ୍ୟନ୍ତ ଏବଂ ୯୪୫୬ ରୁ ୧୯୬୧ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ସୁଚାର ରୂପେ ଚଳାଇବା ସହିତ ଗଡ ଜାତ ମିଶ୍ରଣ ଭୁବନେଶ୍ୱର ରେ ରାଜଧାନୀ ପ୍ରତିଷ୍ଠା ,ବାରବାଟି ଷ୍ଟାଡିୟମ୍ ପ୍ରତିଷ୍ଠା , ଆକାଶ ବାଣୀ ପ୍ରତିଷ୍ଠା , ଆକାଶ ବାଣୀ କେନ୍ଦ୍ର ପ୍ରତିଷ୍ଠା ଓ ହୀରାକୁଦ୍ ବନ୍ଧ ନିର୍ମାଣ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି କହିଥିଲେ । ଶେଷ ରେ ଅନୁଷ୍ଠାନ ର ସାଧାରଣ ସଂପାଦକ ବରିଷ୍ଟ ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *