ଯୁବକ ଟାଙ୍ଗିଆ ଚୋଟରେ ମହିଳା ମୃତ, ଶିଶୁ କନ୍ୟା ଗୁରୁତର

ଅପରାଧ ଜିଲା ଖବର ଯାଜପୁର ରାଜ୍ୟ
Spread the love

ଯାଜପୁର,୨୧/୧୦: ଯାଜପୁର ଜିଲା ଯଖପୁରା ଥାନା ରାବଣା ଛକ ନିକଟ ଇଟା ଫ୍ୟାକ୍ଟ୍ରିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କ ଟାଙ୍ଗିଆ ଚୋଟରେ ଜାଣେ ମହିଳା ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଶିଶୁ କନ୍ୟା ଗୁରୁତର ହୋଇଛନ୍ତି। ଶିଶୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ କଟକ SCB ମେଡିକାଳରେ ଭର୍ତ୍ତି କରାଯାଇଛି। ହତ୍ୟାକାରୀ ଯୁବକ ଜଣକ ଫେରାର ହୋଇଯାଇଥିବା ସୂଚନା ମିଳିଛି।ଅନ୍ୟପକ୍ଷେ ହତ୍ୟାର କାରଣ ଜଣାପଡି ନ ଥିବା ବେଳେ ଇଟା ଫ୍ୟାକ୍ଟ୍ରିରେ ମୃତ ମହିଳା ଏବଂ ଅଭିଯୁକ୍ତ ଯୁବକ କାମ କରୁଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *