କଣ୍ଟାବାଞ୍ଜି, ୨୭/୧୨: କଣ୍ଟାବାଞ୍ଜି ସହରରେ ଦ୍ଵିତୀୟ ଥର ପାଇଁ ଡିସେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ସର୍ବଭାରତୀୟ ଓପନ ଚେସ ଚମ୍ପିଆନଶିପ୍ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ହରିଭବନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ସନ୍ତୋଷ ସିଂହ ସାଲୁଜା, ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜି ଚାମ୍ବର ଅଫ କମର୍ସ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, ମାରୱାଡି ଯୁବା ମଞ୍ଚ ବିକାଶ ଶାଖା ଅଧ୍ୟକ୍ଷ ନିଖିଲ ଅଗ୍ରୱାଲ, ସିଏସ ସେଣ୍ଟର ରାଉରକେଲାର ପ୍ରମୁଖ ଚନ୍ଦ୍ର ଶେଖର ପଣ୍ଡା ମୁଖ୍ୟ ନିର୍ଣ୍ଣାୟକ ଓ କାର୍ଯ୍ୟକ୍ରମ ସଂଯୋଜକ ତୋଷିବ ଖାନ ଉପସ୍ଥିତ ଥିଲେ। କଣ୍ଟାବାଞ୍ଜି ଚେସ ସଂଘ ସଭାପତି ଅରବିନ୍ଦ ସିଂହ ସାଲୁଜା ସଭାପତିତ୍ବ କରିଥିଲେ।ଅଲ୍ ଓଡିଶା ଚେସ ଆସୋସିଏଶନ ସହବନ୍ଧିତାରେ ମାରୱାଡି ଯୁବା ମଞ୍ଚ ବିକାଶ ଶାଖା କଣ୍ଟାବାଞ୍ଜି ଓ ସିଏସ ଚେସ ସେଣ୍ଟର ରାଉରକେଲା ସହଯୋଗରେ ଚେସ ଏସୋସେସନ କଣ୍ଟାବାଞ୍ଜି ଆନୁକୁଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜାତୀୟ ସ୍ତରର ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି।
ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡିଶା ସହ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ବିହାର ରାଜ୍ୟରୁ ଖେଳାଳିମାନେ ଭାଗ ନେଇଛନ୍ତି। ହାରାହାରି ୧୫୦ରୁ ଊର୍ଦ୍ଧ୍ବ ଖେଳାଳି ଭାଗ ନେଇଛନ୍ତି। ଆୟୋଜକ କମିଟି ସମ୍ପାଦକ ସତୀଶ ମାରୁ, ସହ-ସଂଯୋଜକ ଅମନ୍ ଅଗ୍ରୱାଲ, ବିଜୟ ବାରିକ , ବିଶ୍ଵନାଥ ଅଗ୍ରୱାଲ, ପରାମର୍ଶଦାତା ରଞ୍ଜିତ ସିଂହ ବାବୁ, ଅବଦୁଲ ରବାନି ପ୍ରମୁଖ ସହଯୋଗ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ସଦସ୍ୟ ଅଜୟ ଅଗ୍ରୱାଲ କରିଥିଲେ।
