୨ ଆନ୍ତଃରାଜ୍ୟ ଲୁଟେରା ଗିରଫ, ୨୫ ଲକ୍ଷ ଟଙ୍କା ଜବତ

ଅପରାଧ ବଲାଙ୍ଗୀର ରାଜ୍ୟ
Spread the love

ବଲାଙ୍ଗୀର, ୨୭/୧୨: ଦୁଇ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି ବଲାଙ୍ଗୀର ପୁଲିସ। ସେମାନଙ୍କଠାରୁ ୨୫ ଲକ୍ଷ ଟଙ୍କା ଜବତ ହୋଇଛି। ଅଭିଯୁକ୍ତଦ୍ବୟ ହେଲେ ଛତିଶଗଡ଼ ରାଇଗଡ଼ ଅଞ୍ଚଳର।ଏହି ଦୁଇ ଲୁଟେରାଙ୍କ ଲୁଟ୍‌ କରିବାର ତରିକା ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଧରାପଡ଼ିବା ଭୟରେ ସେମାନେ କୌଣସି ମୋବାଇଲ ଫୋନ ବ୍ୟବହାର କରୁ ନ ଥିଲେ। ବିଭିନ୍ନ ସ୍ଥାନରୁ କାର କାଚ ଏବଂ ବାଇକ କିମ୍ବା ସ୍କୁଟି ଡିକି ତାଡ଼ି ଲୁଟ୍ କରୁଥିଲେ। ବ୍ୟାଙ୍କରୁ ଟଙ୍କା ଉଠାଇଥିବା ଲୋକଙ୍କୁ ଏମାନେ ଟାର୍ଗେଟ କରୁଥିଲେ। ଟଙ୍କା ଉଠାଣକାରୀ ବ୍ୟକ୍ତି କୌଣସି ସ୍ଥାନରେ ଅଟକିଲେ, କୌଶଳକ୍ରମେ ଅଭିଯୁକ୍ତମାନେ ଡିକି ଭାଙ୍ଗି ଟଙ୍କା ଲୁଟି ନେଉଥିଲେ। ଲୁଟ୍ ସମୟର ଏକ ସିସିଟିଭି କ୍ୟାମେରା ଦୃଶ୍ୟରୁ ଏହା ସ୍ପଷ୍ଟ ହୋଇଛି। ଲୁଟ୍‌ ପରେ ଅଭିଯୁକ୍ତମାନେ ନିକଟସ୍ଥ କୌଣସି ଏଟିଏମକୁ ଯାଇ ସେଠାରେ ନିଜ ଆକାଉଣ୍ଟରେ ଟଙ୍କା ଜମା କରୁଥିଲେ। ବଲାଙ୍ଗୀର ଜିଲାର କଣ୍ଟାବାଞ୍ଜିରେ ରହି କଳାହାଣ୍ଡି, ବରଗଡ଼, ସୋନପୁର ଆଦି ଅଞ୍ଚଳରେ ଲୁଟ୍‌ କରୁଥିଲେ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *