ରାତିରେ ବାଣ ଫୁଟାଇଲେ, ସକାଳେ ଦାୟିତ୍ବ ଭୁଲିଗଲେ…

କଟକ ଜିଲା ଖବର ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ବର: ଯେଉଁଠି ଦେଖିବ ସେଇଠି ଗଦାଗଦା ବାଣର ଆବର୍ଜନା । କେଉଁଠି ରକେଟ୍ ଅଧା ଜଳି ପଡିଛି, କେଉଁଠି କୁମ୍ପିରୁ ବାରୁଦ ଢାଳି ହୋଇପଡିଛି । ପୁଣି କେଉଁଠି ସ୍କାଏ ସଟ୍ସର ବଡ ବଡ ଖୋଳପା ପଡିଛି । ସକାଳ ହେବା କ୍ଷଣି ସହର ସାରା ଗଦାଗଦା ବାଣର ଅଂଶ ସବୁ ପଡିଛି । ଗତ ରାତିରେ ବାଣ ଏତେ ମାତ୍ରାରେ ଫୁଟିଛି ଯେ ତାର ପ୍ରମାଣ ଆଜି ସକାଳେ ପଡିଥିବା ବାଣର ଏସବୁ ଆବର୍ଜନା ବୟାନ କରୁଥିଲା ।

ଗତକାଲି ଠାରୁ ଭୁବନେଶ୍ବର, କଟକ ସମେତ ରାଜ୍ୟ ବିଭିନ୍ନ ସ୍ଥାନରେ, ସହରରେ ଏବଂ ଗାଁରେ ବାଣ ଫୁଟା ଚାଲିଥିବା ବେଳେ ବାଣ ଫୁଟା ପରେ ଆଜି ସକାଳେ ଦେଖାଦେଇଛି ଅଭାବନୀୟ ପରିସ୍ଥିତି । ଯେଉଁଠି ଲୋକେ ବାଣ ଫୁଟା ପରେ ନିଜ ଦାୟିତ୍ବ ଭୁଲିଯାଇଛନ୍ତି । ଯଦିଓ ସହରର ବଡ ବଡ ଛକ କିମ୍ବା ଭିଆଇପି ରାସ୍ତାରେ ସକାଳେ ସକାଳେ ସଫେଇ କର୍ମଚାରୀ ପଡିଥିବା ବାଣର ଅଂଶୁ ସଫାକରି ନେଇଛନ୍ତି । ମାତ୍ର ରାଜଧାନୀର ଅନେକ ସ୍ଥାନରେ, ଗଳି କନ୍ଦିରେ ବାଣର ଆବର୍ଜନା ପଡିଛି । ରାସ୍ତା ସାରା ବାଣ ଫୁଟିବା ପରେ କାଗଜ, ଜରି, ଝରଝରି ଖୋଳପା ପଡିଛି ଯାହାକୁ ନା ସଫେଇ କର୍ମଚାରୀ ନା ଯେଉଁମାନେ ଫୁଟାଇଥିଲେ ସେମାନେ ସଫା କରିଥିଲେ । ରାତିରେ ମଜା କଲେ, ସକାଳେ ଭୁଲିଗଲେ । ଏହା ହେଉଛି କିଛି ଲୋକଙ୍କର ଏବଂ ଅମାନିଆଙ୍କର ମାନସିକତା ।

Leave a Reply

Your email address will not be published. Required fields are marked *