କଟକ ସଦର,୨୨/୧୦: ୪୨ ମୌଜା ଅନ୍ତର୍ଗତ ଏକ ଅଗ୍ରଣୀ ସାମାଜିକ ସଂଗଠନ ସ୍ୱାମିଜୀ ଯୁବକ ସଂଘ ଦ୍ଵାରା ଦୀପାବଳୀ ଉତ୍ସବରେ “ଉଫ୍ ସେବାଶ୍ରମ” ବ୍ରହ୍ମପୁର ୪୨ ମୌଜା ଠାରେ ଗତକାଲି ସେବାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ଥିବା ସମସ୍ତ ଅନ୍ତେବାସୀଙ୍କୁ ଜଳଖିଆ,ମଧ୍ୟାହ୍ନ ସହିତ ମିଷ୍ଟାନ୍ନ ବଣ୍ଟନ ଓ ଦୀପାବଳୀ ପାଳନ ପାଇଁ ଆବଶ୍ୟକ ଉପକରଣ ପ୍ରଦାନ କରାଯାଇଥିଲା। ତତ୍ ସହିତ ଗୋଟିଏ ପଙ୍ଖା ପ୍ରଦାନ କରାଯିବ ବୋଲି ସଂଘ ପକ୍ଷରୁ ପ୍ରତିଶ୍ରୁତି ଦିଆଗଲା। ମଧ୍ୟାହ୍ନ ପୂର୍ବରୁ ଗୋଟିଏ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ଇଂ ପ୍ରଦୀପ ବେହେରା, ସାମ୍ବାଦିକ ନିରଞ୍ଜନ ଆଚାର୍ଯ୍ୟ, ଉଫ୍ ସେବାଶ୍ରମର ପ୍ରତିଷ୍ଠାତା ଶ୍ରୀ ଆନନ୍ଦ ମହାରଣା, ଶ୍ରୀମତୀ ଚିନ୍ମୟୀ ପଟ୍ଟନାୟକ, କଟକ ଅର୍ବାନ ବ୍ୟାଙ୍କର ଅଧିକାରୀ ବିରଜାନନ୍ଦନ ପତି, ସାମ୍ବାଦିକ ତଥା ସମାଜସେବୀ ଦୀପକ ଆଚାର୍ଯ୍ୟ, ପ୍ରକୃତିବନ୍ଧୁ ନବକିଶୋର ପଣ୍ଡା , ଭଗବାନ୍ ପଟ୍ଟନାୟକ, ସାମ୍ବାଦିକ ଚନ୍ଦନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ସମସ୍ତ ଅତିଥିଙ୍କୁ ବ୍ୟାଚ୍, ଉତ୍ତରୀୟ ଓ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଉକ୍ତ ସେବାକାର୍ଯ୍ୟରେ ସଂଘର ପ୍ରତିଷ୍ଠାତା ଇଂ ବିରଞ୍ଚି ଭୂୟାଁଙ୍କ ତତ୍ତ୍ୱାବଧାନରେ ସଭାପତି ମଦନମୋହନ ରାଉତ ,ସମ୍ପାଦିକା ପ୍ରଗତି ସ୍ୱାଇଁ, ସହ ସମ୍ପାଦକ ପ୍ରଦୀପ ଭୂୟାଁ, ସଭ୍ୟା ମେରୀ ପାଣି, କୋଷାଧ୍ୟକ୍ଷା ପ୍ରଣତି ସ୍ୱାଇଁ ଓ ମୁଖ୍ୟ ପରିଚାଳକ ସୂର୍ଯ୍ୟ ନାରାୟଣ ଭୂୟାଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।
