ଦୁଇ ଅଷ୍ଟ୍ରେଲୀୟ ମହିଳା କ୍ରିକେଟରଙ୍କୁ ଅସଦାଚରଣ: ଅଭିଯୁକ୍ତ ଗିରଫ

ଅପରାଧ ଖେଳ ଦେଶବିଦେଶ
Spread the love

ଇନ୍ଦୋର, ୨୫/୧୦: ଇନ୍ଦୋରରେ ଦୁଇ ଜଣ ଅଷ୍ଟ୍ରେଲୀୟ ମହିଳା କ୍ରିକେଟରଙ୍କୁ ଅସଦାଚରଣ କରାଯାଇଛି। ସେମାନେ ରିଙ୍ଗ ରୋଡ୍‌ରେ ଥିବା ଏକ କାଫେରୁ ନିଜ ହୋଟେଲକୁ ଫେରୁଥିବା ସମୟରେ ଜଣେ ଯୁବକ ସେମାନଙ୍କୁ ପିଛା କରି ଅସଦାଚରଣ କରିଥିଲେ। ପୁଲିସ ଅଭିଯୁକ୍ତ ଅକିଲ ଖାନକୁ ଚିହ୍ନଟ କରିବା ପରେ ଗିରଫ କରିଛି।ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତ ଅକିଲ ମହିଳା କ୍ରିକେଟର ଦ୍ଵୟଙ୍କୁ ଅସଦାଚରଣ କରି ଫେରାର ହେଉଥିବା ସମୟରେ ଜଣେ ବ୍ୟକ୍ତି ତାଙ୍କ ବାଇକ ନମ୍ବରକୁ ଲେଖି ରଖିଥିଲେ। ତାଙ୍କ ସୂଚନା ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଛି।

ଘଟଣା ସମ୍ପର୍କରେ ଅଷ୍ଟ୍ରେଲୀୟ କ୍ରିକେଟ ଦଳର ନିରାପତ୍ତା ଟିମ୍ ପକ୍ଷରୁ ଏ ସମ୍ପର୍କରେ ପୁଲିସକୁ ଖବର ଦିଆଯାଇଥିଲା। ଏହା ପରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନ ପକ୍ଷରୁ କୁହାଯାଇଛି

Leave a Reply

Your email address will not be published. Required fields are marked *