ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବା ପାଇଁ ଯୋଜନା ନିଷ୍ଫଳ

ଅପରାଧ ଦେଶବିଦେଶ
Spread the love

ନୂଆଦିଲ୍ଲୀ, ୨୬/୧୦: କରିଥିଲା ଆମେରିକା। ଗତ ଏସସିଓ ସମ୍ମିଳନୀ ସମୟରେ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ଏଭଳି ଯୋଜନା କରିଥିଲା ବୋଲି ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି। ତେବେ ଭାରତ ଏବଂ ରୁଷର ଗୁଇନ୍ଦା ସଂସ୍ଥା ପକ୍ଷରୁ ଏକ ମିଳିତି ଅପରେସନ ଦ୍ଵାରା ଏହାକୁ ନିଷ୍ଫଳ କରିଦିଆଯାଇଥିଲା।ନିକଟରେ ଚୀନରେ ଏସସିଓ(ସାଙ୍ଘାଇ ସହଯୋଗ ସଂଗଠନ) ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ଚୀନ ଯାଇଥିଲେ। ସେହି ସମୟରେ ମୋଦୀଙ୍କୁ ହତ୍ୟା ପାଇଁ ହୋଇଥିଲା​‌ ଯୋଜନା। ଆଉ ଏହାକୁ କାର୍ଯ୍ୟକାରୀ କରିବାକୁ ଷଡ଼ଯନ୍ତ୍ର ରଚିଥିଲା ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏ। ଢାକାରେ ଆମେରିକାର ଜଣେ ସ୍ଵତନ୍ତ୍ର ନିରାପତ୍ତା ଅଧିକାରୀ ଟେରେନ୍ସ ଆରଭେଲ ଜ୍ୟାକ୍ସନଙ୍କ ରହସ୍ୟଜନକ ମୃତ୍ୟୁ ଘଟିବା ପରେ ଏହି ତଥ୍ୟ ଲୋକଲୋଚନକୁ ଆସିଛି। ମୋଦୀଙ୍କୁ ହତ୍ୟା ଯୋଜନା ସହିତ ଜ୍ୟକ୍ସନଙ୍କ ରହସଜନକ ମୃତ୍ୟୁର ସଂଯୋଗ ରହିଛି ବୋଲି ଆରଏସଏସ ଦ୍ଵାରା ସଂଚାଳିତ ଉକ୍ତ ପତ୍ରିକାର ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Leave a Reply

Your email address will not be published. Required fields are marked *