ମହିଳା ଓ ତାଙ୍କ ଝିଅକୁ ବାନ୍ଧି କୋଟିଏ ଟଙ୍କାର ସୁନା ଓ ନଗଦ ୨୫ ଲକ୍ଷ ଟଙ୍କା ଲୁଟ

ଜିଲା ଖବର ରାଜ୍ୟ ସୁନ୍ଦରଗଡ଼
Spread the love

ବଣାଇ, ୨୭/୧୦: ବଣାଇ ଥାନା ହାଟପଦା ନିକଟସ୍ଥ ରଶ୍ମି ଇଲେଟ୍ରିକ ଦୋକାନରେ ଗତକାଲି ବିଳମ୍ବିତ ରାତିରେ ବଡ଼ ଧରଣର ଡକାୟତି ହୋଇଛି l

ମିଳିଥିବା ସୂଚନା ମୁତାବକ, ସୁନ୍ଦରଗଡ଼ ଜିଲ୍ଲା ବଣାଇ ହାଟପଦା ନିକଟରେ ଜଣାଶୁଣା ରଶ୍ମି ଇଲ‌େଟ୍ରିକ ଦୋକାନ ରହିଛି l ଗତକାଲି ରାତି ପ୍ରାୟ ୧୨ଟାରେ ୫ ଜଣ ମୁଖା ପିନ୍ଧା ବନ୍ଧୁକ ଓ ମାରଣାସ୍ତ୍ର ଧରି ଦୋକାନ ମାଲିକଙ୍କ ଘରେ ପଶିଥିଲେ l ପ୍ରଥମେ କର୍ମଚାରୀଙ୍କୁ ମାଡ଼ମାରି ମାଲିକାଣୀଙ୍କୁ ଫୋନ କରି ମାଲିକାଣୀ ରହୁଥିବା ଘରକୁ ପଶିଲେ l ବିଧବା ମହିଳାଙ୍କୁ ତଣ୍ଟି ଧରି ହାତଗୋଡ଼ ବାନ୍ଧି ୪୦ଭରି ସୁନା ନଗଦ ୨୫ ଲକ୍ଷ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ l ପ୍ରାୟ ତିନି ଘଣ୍ଟା ଘର ଭିତରେ ଏମିତି ଘଟଣା ଭିଆଇଥିଲେ ବି କେହି ଜାଣି ପାରି ନ ଥିଲେ l ଏପରିକି ସେମାନେ ଝିଅକୁ ଦୁଷ୍କର୍ମ କରି ଭିଡିଓ ଭାଇରାଲ୍ କରିବାର ଧମକ ବି ଦେଇଥିଲେ ଦୁର୍ବୃତ୍ତମାନେ।

Leave a Reply

Your email address will not be published. Required fields are marked *