ନୂଆପଡାରେ ଛଟ ପୂଜା: ସାମିଲ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଜିଲା ଖବର ନୂଆପଡ଼ା ରାଜ୍ୟ
Spread the love

ନୂଆପଡ଼ା, ୨୮/୧୦: ସୋମବାର ସୂର୍ଯ୍ୟ ପୂଜାର ଏକ ନିଆରା ପରମ୍ପରା ପବିତ୍ର ଛଟ ପୂଜା। ସମଗ୍ର ବିଶ୍ଵରେ ଯେଉଁଠି ବି ଉତ୍ତର ଭାରତୀୟମାନେ ଥାଆନ୍ତି ଏହି ପର୍ବକୁ ବହୁତ ଉତ୍ସାହର ସହିତ ପାଳନ କରିଥାନ୍ତି।ଏହି ମର୍ମରେ ଆଜି ଅତି ଆନନ୍ଦ ଉତ୍ସାହର ସହିତ ନୂଆପଡାରେ ମଧ୍ୟ ଛଟ୍ ପୂଜା ପାଳନ ହୋଇଯାଇଛି। ବର୍ତ୍ତମାନ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ନେତା, ମନ୍ତ୍ରୀ, ସାଂସଦଙ୍କ ସୁଅ ଛୁଟୁଛି । ନୂଆପଡାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ନିର୍ବାଚନୀ ପ୍ରଚାର ପାଇଁ ବିଜେପି ନେତା, ମନ୍ତ୍ରୀ, ସାଂସଦଙ୍କ ମଧ୍ୟ ଉପସ୍ଥିତି ରହିଛି।

ନୂଆପଡ଼ା ସାର୍ବଜନୀନ ଛଟ ପୂଜା କମିଟି ଦ୍ଵାରା ଆୟୋଜିତ ‘ଛଟ୍ ପୂଜା’ ପାଳନ ଉତ୍ସବରେ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ସାଂସଦ ମାଲବିକା ଦେବୀ, ଯୁବନେତା ଅଭିନନ୍ଦନ ପଣ୍ଡା ପ୍ରମୁଖ ସାମିଲ ହୋଇଛନ୍ତି।ସ୍ଥାନୀୟ ଜନସାଧାରଣ, ବିଭିନ୍ନ ସାମାଜିକ ସାଂସ୍କୃତିକ ଅନୁଷ୍ଠାନର ବରିଷ୍ଠ ସଦସ୍ୟଙ୍କ ଉପସ୍ଥିତିରେ ବହୁତ ହର୍ଶୋଉଲ୍ଲାସରେ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ହୋଇଥିଲା । ସମସ୍ତେ ଏକତ୍ରିତ ହୋଇ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଛଟ୍ ପର୍ବ ପାଳନ କରି ସମସ୍ତଙ୍କ ଶୁଖ, ସମୃଦ୍ଧି ଉନ୍ନତି, ପ୍ରଗତି ପାଇଁ ପ୍ରାର୍ଥନା କରିଛନ୍ତି।

Leave a Reply

Your email address will not be published. Required fields are marked *