ମୁସ୍ତଫାବାଦ ହେବ ‘କବୀରଧାମ’: ଯୋଗୀ ଆଦିତ୍ୟନାଥଙ୍କ ଘୋଷଣା

ଦେଶବିଦେଶ
Spread the love

ଉତ୍ତର ପ୍ରଦେଶ, ୨୮/୧୦: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଲଖିମପୁର ଖୀରୀ ଗସ୍ତ କରି ଜିଲାର ମୁସ୍କଫାବାଦ ଗାଁ ନାଁ ପରିବର୍ତ୍ତନ ନେଇ ଘୋଷଣା କରିଛନ୍ତି। ଗ୍ରାମ ନାମ ପରିବର୍ତ୍ତନ ହୋଇ ‘କବୀରଧାମ’ କରିବାକୁ ସେ ପ୍ରସ୍ତାବ ଆଣିବେ ବୋଲି କହିଛନ୍ତି। ସନ୍ତ କବୀରଙ୍କ ସହ ଜଡିତ ଏହି ଅଞ୍ଚଳର ଇତିହାସ ଓ ସଂସ୍କୃତିକୁ ରକ୍ଷା କରିବା ସହ ନୂଆ ପରିଚୟ ଦେବା ପାଇଁ ଏହି ପଦକ୍ଷେପ ନିଆଯିବ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗାଁର ନାଁ ମୁସ୍ତଫାବାଦ ରଖାଯିବା ସମୟରେ ଗ୍ରାମରେ ଗୋଟିଏ ମଧ୍ୟ ମୁସଲିମ୍ ପରିବାର ନଥିଲା। ଜନସଭାରେ ସେ କହିଲେ ଯେ ‘ମୁଁ ଯେବେ ଗାଁର ନାଁ ପଚାରିଲି ସମସ୍ତେ କହିଲେ ମୁସ୍ତଫାବାଦ। ଏହା ପରେ ମୁଁ ପଚାରିଲି ଗାଁରେ କେତେ ମୁସଲିମ୍ ପରିବାର ରୁହନ୍ତି। ଉତ୍ତର ମିଳିଲା ଗୋଟିଏ ବି ନାହିଁ। ଏହା ପରେ ମୁଁ ଭାବିଲି ଗାଁର ନାଁ ବଦଳାଇଦେବା ଉଚିତ୍।’ ଯୋଗୀ କହିଛନ୍ତି ଯେ ସେ ସରକାରଙ୍କ ନାଁ ବଦଳାଇବା ପାଇଁ ପ୍ରସ୍ତାବ ରଖିବେ ଏବଂ ଆବଶ୍ୟକ ପଦକ୍ଷେପ ଉଠାଇବେ। ଏହା ସହ ସେ ସଭାରେ କହିଛନ୍ତି ଯେ ପ୍ରତି ତୀର୍ଥସ୍ଥଳ ସୁନ୍ଦର ହେବା ଉଚିତ୍। ଭକ୍ତଙ୍କ ପାଇଁ ରେଷ୍ଟ୍ ହାଉସ ଓ ସେଲ୍ଟର ଭଳି ସୁବିଧା ହେବା ଉଚିତ୍।

Leave a Reply

Your email address will not be published. Required fields are marked *