ପୂର୍ଣ୍ଣଙ୍ଗ ହେଲା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

ଦେଶବିଦେଶ ମନୋରଞ୍ଜନ
Spread the love

ଅଯୋଧ୍ୟା, ୨୮/୧୦: ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନର ଦେଢ଼ବର୍ଷରୁ ଅଧିକ ସମୟ ପରେ ସରିଲା ମନ୍ଦିର ନିର୍ମାଣ କାର୍ଯ୍ୟ। ୨୨ ଜାନୁଆରୀ ୨୦୨୪ରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ସହିତ ଭାରତ ଏକ ଐତିହାସିକ ମୁହୂର୍ତ୍ତକୁ ଅନୁଭବ କରିଥିଲା। ଆଜି ପୂର୍ଣ୍ଣାଙ୍ଗ ମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିବା ମନ୍ଦିର କର୍ତ୍ତୃପକ୍ଷ ସାମାଜିକ ଗଣମାଧ୍ୟମ “ଏକ୍ସ”ରେ ସୂଚନା ଦେଇଛନ୍ତି । ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି, “ଆମେ ପ୍ରଭୁ ଶ୍ରୀରାମଙ୍କ ସମସ୍ତ ଭକ୍ତଙ୍କୁ ଏହା ଜଣାଇ ବହୁତ ଖୁସି ହେଉଛୁ ଯେ, ମନ୍ଦିର ନିର୍ମାଣ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ସମାପ୍ତ ହୋଇଛି,” । କିଛି କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଯେପରିକି ୩.୫ କିଲୋମିଟର ପ୍ରାଚୀର, କର୍ତ୍ତୃପକ୍ଷ କାର୍ଯ୍ୟାଳୟ, ଅତିଥି ଗୃହ, ପ୍ରେକ୍ଷାଳୟ ଏବଂ ସଭାଗୃହ ଇତ୍ୟାଦି । ଯାହାର କୌଣସି ପ୍ରଭାବ ଭକ୍ତଙ୍କ ଉପରେ ପଡ଼ିବ ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

Leave a Reply

Your email address will not be published. Required fields are marked *