ନୂଆପଡ଼ା, ୨୮/୧୦ : ପୂର୍ବତନ ମନ୍ତ୍ରୀ ତଥା ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ସ୍ଵର୍ଗବାସ ପରେ ନୂଆପଡ଼ାରେ ହେବ ଉପନିର୍ବାଚନ । ନିର୍ବାଚନୀ ମଇଦାନରେ ରାଜେନ୍ଦ୍ରଙ୍କ ପୁଅ ଜୟ ଢୋଲକିଆ ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଠୁ ଆରମ୍ଭ କରି ଅନେକ ନେତା ମନ୍ତ୍ରୀ, ସାଂସଦ ବର୍ତ୍ତମାନ ନୂଆପଡ଼ାରେ ନିର୍ବାଚନୀ ପ୍ରଚାର କରୁଛନ୍ତି ।ଏହା ବ୍ୟତିତ ଆଜି ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲେଇଛନ୍ତି ଜୟଙ୍କ ମାତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ରଙ୍କ ପତ୍ନୀ କଳ୍ପନା ଢୋଲକିଆ । ସାଂସଦ ନବଚରଣ ମାଝୀ, ଭାଜପା ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତିଙ୍କ ସହ ମିଶି ନୂଆପଡା ବ୍ଲକ ସାହିପଲା ଗ୍ରାମପଂଚାୟତରେ ନିର୍ବାଚନ ପ୍ରଚାର କରିଛନ୍ତି । ନିର୍ବାଚନୀ ସଭାରେ ବ୍ୟାପକ ଜନସମାଗମ ଦେଖିବାକୁ ମିଲିଛି ।
