ପୁଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ମାମଲା: ଗିରଫ ହୋଇଥିବା ୧୧୪ଜଣଙ୍କୁ ଜାମିନ୍

ଅପରାଧ ଜିଲା ଖବର ବ୍ରହ୍ମପୁର ରାଜ୍ୟ
Spread the love

ବ୍ରହ୍ମପୁର ୨୯/୧୦: ଓଡ଼ିଶା ପୁଲିସ୍ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆର୍‌ବି) ଦ୍ୱାରା ପରିଚାଳିତ ହେବାକୁ ଥିବା ଓଡ଼ିଶା ପୁଲିସ ସନ୍‌ଇନ୍‌ସ୍ପେକ୍ଟର (ଏସ୍‌ଆଇ) ନିଯୁକ୍ତି କେଳେଙ୍କାରୀ ମାମଲାରେ ଗିରଫ ହୋଇଥିବା ୧୧୪ଜଣ ଆଶାୟୀଙ୍କୁ ଜାମିନ ମିଳିଛି। ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି ବ୍ରହ୍ମପୁର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ। ସେମାନେ ଆଜି ବ୍ରହ୍ମପୁର ମଣ୍ଡଳ କାରାଗାରରୁ ବାହାରିବେ। ୫୦ ହଜାର ସହ 2ଜଣ ଜାମିନଦାରଙ୍କ ମୁଚାଲିକାରେ ମିଳିଛି ଜାମିନ। ଏମାନେ ସମସ୍ତେ vijayawada ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ଏମାନେ ଟଙ୍କା ଦେଇ ଚାକିରି କରିବା ଯୋଜନାରେ ଥିଲେ। ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଏବେ ପୁଲିସ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିକୁ ଖୋଜୁଛି

ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଖୋଲିଛି ଗୁମର। ଏହି ମାମଲାରେ ଦୁଇ ପ୍ରମୁଖ ସହଯୋଗୀଙ୍କ ସହ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ, କିନ୍ତୁ ଏବେବି ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଫେରାର ଅଛି। ଶଙ୍କରର ଦୁଇ ପ୍ରମୁଖ ସହଯୋଗୀ ମୁନା ମହାନ୍ତି ଏବଂ ଅରବିନ୍ଦ ଦାସ ଗିରଫ ହୋଇଛନ୍ତି। ଏଥିସହ କେଳେଙ୍କାରୀ ଧରାପଡ଼ିବା ପରେ ଆଇନଗତ ଏବଂ ଅନ୍ୟ ସହାୟତା କରିଥିବା ଶ୍ରୀକାନ୍ତ ମହାରଣା, ସୌମ୍ୟା ପ୍ରିୟଦର୍ଶିନୀ ସାହୁ ଓ ଅଭିମନ୍ୟୁ ଦୋରାଙ୍କ ମଧ୍ୟ ଗିରଫ କରାଯାଇଛି ।

ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଅପରାଧିକ ପୃଷ୍ଠଭୂମି ରହିଛି। ସେ ଦିଲ୍ଲୀରେ ରହି ରିମୋଟ କଂଟ୍ରୋଲ କରୁଥିଲେ। ପରୀକ୍ଷା ଦୁର୍ନୀତି ଧରାପଡିବା ପରେ ସେ ଫେରାର ହୋଇଯାଇଛି । ତାକୁ ଧରିବାକୁ ଉଦ୍ୟମ ଚଳାଇଥିବା ଆଜି କ୍ରାଇମବ୍ରାଞ୍ଚ ଡିଜି ସୂଚନା ଦେଇଛନ୍ତି। ଶଙ୍କର ଧରାପଡିବା ପରେ ଏଥିରେ ଅନ୍ୟ ରାଜୈନତିକ ବ୍ୟକ୍ତି ଅବା ଏହା ପଛରେ କିଏ ତାହା ଜଣାପଡିବ ବୋଲି କୁହାଯାଇଛି। କ୍ରାଇମବ୍ରାଞ୍ଚ ଡିଜିଙ୍କ ସୂଚନା ମୁତାବକ ପରୀକ୍ଷାର୍ଥୀ ନେଇ ଦୁଇଟି ମୋଡୂଲ୍ କରାଯାଇଥିଲା । ମୁନା ମହାନ୍ତି ବିଜୟନଗରମ ଦାୟିତ୍ଵରେ ଥିଲା, ଯେଉଁଥିରେ ୧୧୪ ଜଣ ପିଲାଙ୍କୁ ଟ୍ରେନିଂ ଦିଆଯାଇଥାନ୍ତା।

Leave a Reply

Your email address will not be published. Required fields are marked *