କନ୍ଧମାଳରେ ଭୂସ୍ଖଳନ, ବର୍ତ୍ତିଲା ପରିବାର

କନ୍ଧମାଳ ଜିଲା ଖବର ରାଜ୍ୟ
Spread the love

ରାଇକିଆ, ୨୯/୧୦: ସାମୁଦ୍ରିକ ବାତ୍ୟା ମନ୍ଥା ପ୍ରଭାବ ରାଇକିଆ ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି। ମଙ୍ଗଳବାର ରାତି ସାରା ବର୍ଷା ହୋଇଥିବା ବେଳେ ବୁଧବାର ସକାଳୁ ମଧ୍ୟ ବର୍ଷା ଜାରି ରହିଛି। ସକାଳ ୭ଟାରେ କନ୍ଧମାଳ ଜିଲା ରାଇକିଆ ବ୍ଲକ ଅନ୍ତର୍ଗତ ରଣବା ପଞ୍ଚାୟତ ଖାରିଗୁଡ଼ା ଘାଟିରେ ଭୁସ୍ଖଳନ ହୋଇ ବଡ଼ ବଡ଼ ପଥର ସବୁ ଉଦୟ ଗୌଡ଼ଙ୍କ ଘର ବାରି ସମ୍ମୁଖ ଦୁଆରକୁ ମାଡ଼ି ପଡ଼ିଛି। ତେବେ ପରିବାର ଲୋକେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ। ଏ ନେଇ ଘର ଲୋକେ ଭୟଭୀତ ହୋଇ ଯାଇଛନ୍ତି। ଖବର ପାଇ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ସାହୁ ଅଧିକାରୀ, କର୍ମଚାରୀଙ୍କୁ ସେହି ଗାଁକୁ ପଠେଇ ଥିଲେ। ସେହି ଘର ଲୋକଙ୍କୁ ସ୍କୁଲ ଘରକୁ ଯାଇ ସେଠାରେ ରହିବା ପାଇଁ କହିଥିଲେ। କିନ୍ତୁ ସେ ତାଙ୍କ ସମ୍ପର୍କୀୟଙ୍କ ଛାତ ଘରେ ରହିବେ ବୋଲି କହିଥିଲେ। ବର୍ତ୍ତମାନ ସୁଦ୍ଧା ବର୍ଷା ଜାରି ରହିଥିବା ପୁର୍ବତନ ସରପଞ୍ଚ ଭିକାରୀ ମଲ୍ଲିକଙ୍କଠାରୁ ସୁଚନା ମିଳିଛି।

Leave a Reply

Your email address will not be published. Required fields are marked *