ଦାରିଙ୍ଗବାଡ଼ିରେ ୧୨ଡିଗ୍ରୀ ଛୁଇଁଲା ପାରଦ

କନ୍ଧମାଳ ଜିଲା ଖବର ରାଜ୍ୟ
Spread the love

ଭୁବନେଶ୍ବର, ୯/୧୧ : ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା କମୁଛି। ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୧୨ଡିଗ୍ରୀ ଛୁଇଁଛି। ଫୁଲବାଣୀରେ ୧୨.୫ ଡିଗ୍ରୀ ରେକର୍ଡ କରାଯାଇଛି। ଶୁକ୍ରବାର ଅପେକ୍ଷା କନ୍ଧମାଳ ଜିଲାର ଉଭୟ ସ୍ଥାନରେ ରାତି ତାପମାତ୍ରା କମିଛି। ଅନୁରୂପ ଭାବେ ଭୁବନେଶ୍ବର ଏବଂ କଟକରେ ପାରଦ ହ୍ରାସ ପାଇଛି। ଶୁକ୍ରବାର ଉଭୟ ସହରରେ ରାତି ତାପମାତ୍ରା ୧୯ଡିଗ୍ରୀ ଉପରେ ଥିଲା;କିନ୍ତୁ ଗତ ୨୪ଘଣ୍ଟାରେ ଭୁବନେଶ୍ବରରେ ୧୮.୯ ଡିଗ୍ରୀ ଏବଂ କଟକରେ ୧୮.୬ ଡିଗ୍ରୀକୁ ତାପମାତ୍ରା ଖସିଛି। ରାଜ୍ୟର ପାହାଡ଼ିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଥିବାରୁ ଶୀତ ପଡୁଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨ରୁ ୩ଦିନ ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୩ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଫଳସ୍ବରୂପ ଅଧିକ ଥଣ୍ଡା ପଡିବ। ଗତ ୨୪ଘଣ୍ଟାରେ ଝାରସୁଗୁଡ଼ା, କୋରାପୁଟ ଓ କେନ୍ଦୁଝରରେ ୧୫.୮ଡିଗ୍ରୀ ଲେଖାଏଁ ରାତି ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଅନୁଗୋଳରେ ତାପମାତ୍ରା ୧୫, ଭଦ୍ରକରେ ୧୫.୫, ଢେଙ୍କାନାଳରେ ୧୬.୨, ରାଉରକେଲାରେ ୧୬.୧, ବାରିପଦାରେ ୧୯.୨ ଏବଂ ବାଲେଶ୍ବରରେ ୧୯.୭ ଡିଗ୍ରୀ ରହିଛି।

Leave a Reply

Your email address will not be published. Required fields are marked *