ନକଲି ବିଷାକ୍ତ ବିଦେଶୀ ମଦ ସହ ବ୍ୟବସାୟୀ ଗିରଫ

ଅପରାଧ ଜିଲା ଖବର ମୟୂରଭଂଜ ରାଜ୍ୟ
Spread the love

ବୈଶିଙ୍ଗା, ୯/୧୧: ମୟୂରଭଞ୍ଜଜିଲ୍ଲା ବେତନଟୀ ଅବକାରୀ ଥାନାକୁ ମିଳିଛି ବଡ଼ ଧରଣର ସଫଳତା l ରବିବାର ସକାଳେ ୧୮ନଂ ଜାତୀୟ ରାଜପଥ ବେତନଟୀ ଉପକଣ୍ଠ ପୁରୁଣା ଫାୟାର ଷ୍ଟେସନ ଛକରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରାଯାଇଛି। ଏହାଛଡ଼ା ନକଲି ବିଷାକ୍ତ ମଦ ପ୍ରସ୍ତୁତରେ ବ୍ୟବହୃତ ସ୍ପିରିଟ ଏବଂ ମୋଟର ସାଇକେଲ ଜବତ କରିବା ସହିତ ଏହି ହାତତିଆରି ନକଲି ବିଷାକ୍ତ ବିଦେଶୀ ମଦ ପ୍ରସ୍ତୁତକାରୀ ତଥା ଚାଲାଣକାରୀ ଆନ୍ତଃଜିଲ୍ଲା ନକଲି ବିଷାକ୍ତ ବିଦେଶୀ ମଦ ବ୍ୟବସାୟୀକୁ ଗିରଫ କରିବାରେ ସଫଳ ହୋଇଛି l

ଗିରଫ ଅଭିଯୁକ୍ତ ଜଣକ ହେଉଛି ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା ଅଧୀନ ହାତଡିହା ଉପକଣ୍ଠ ପିଞ୍ଛାବଣିଆ ଗ୍ରାମର ସ୍ୱର୍ଗତ ଗୋପାଳ ରାଉତର ପୁଅ ସୋମେଶ୍ୱର ରାଉତ l ଅଭିଯୁକ୍ତ ସୋମେଶ୍ୱର ନକଲି ବିଷାକ୍ତ ବିଦେଶମଦ ଚାଲାଣ କରୁଥିବାର ଖବରପାଇ ବେତନଟୀ ଅବକାରୀ ଥାନା ଅଧିକାରୀ ପ୍ରଦୀପ କୁମାର ବେହେରା ସଦଳବଳେ ୧୮ନଂ ଜାତୀୟ ରାଜପଥ ବେତନଟୀ ଉପକଣ୍ଠ ବଙ୍ଗଳାଛକ ନିକଟ ପୁରୁଣା ଫାୟାରଷ୍ଟେସନ ଛକରେ ଚଢ଼ାଉ କରିଥିଲେ l ଅବକାରୀ ବିଭାଗ ଅଭିଯୁକ୍ତ ସୋମେଶ୍ୱର ନିକଟରୁ ନାମୀଦାମୀ କମ୍ପାନୀର ନକଲି ବିଷାକ୍ତ ମଦ ସମେତ ବିଭିନ୍ନ ବ୍ରାଣ୍ଡର ନକଲି ବିଷାକ୍ତ ମଦ ଜବତ କରାଯାଇଥିଲା l ଅବକାରୀ ବିଭାଗ ମୋଟ ୪୫ଲିଟର ନକଲି ବିଷାକ୍ତ ମଦ ଜବତ କରିଥିବା ବେଳେ ବିଷାକ୍ତ ମଦ ପ୍ରସ୍ତୁତିରେ ବ୍ୟବହୃତ ଦୁଇଟି ପ୍ଲାଷ୍ଟିକ ଜାର୍କିନରେ ଭର୍ତ୍ତି ୨୦ ଲିଟର ରଙ୍ଗ ମିଶା ସ୍ପିରିଟ ଏବଂ ମୋଟର ସାଇକେଲ ସମେତ ମୋବାଇଲ ଜବତ କରିଥିଲେ l

Leave a Reply

Your email address will not be published. Required fields are marked *