କୈବର୍ତ୍ତ ବସ୍ତିରେ ଚଇତି ପର୍ବ, କଲ୍ୟାଣପୁର ଉତ୍ସବ ମୁଖର

ରାଜ୍ୟ
Spread the love

ମାହାଙ୍ଗା  : କୈବର୍ତ୍ତ ସମ୍ପ୍ରଦାୟ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଇତି ପର୍ବ ଆୟୋଜନ ହୋଇଥିବା ବେଳେ,ଚଳିତ ବର୍ଷ ମାହାଙ୍ଗା ବ୍ଲକ କୁହୁଣ୍ଡା ପଂଚାୟତ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମରେ ଏହି ଚଇତି ଉତ୍ସବ ବେଶ ଧୁମ ଧାମରେ ପାଳିତ ହେବା ଦେଖିବାକୁ ମିଳିଥିଲା | ଏହି ଚଇତି ଉତ୍ସବରେ ଶହଶହ ଶ୍ରଦ୍ଧାଳୁ ଯୋଗଦେଇଥିଲେ | ପଣ୍ଡିତ ବ୍ରଜରାଜ କର ଏବଂ ପୂଜକ ରାଜେନ୍ଦ୍ର ପ୍ରସାଦ ପଣ୍ଡା ବାସୁଳେଇ ପୀଠରେ ଯଜ୍ଞ ଓ ପୂଜାର୍ଚ୍ଚନା କାର୍ଯ୍ୟ ସମାପନ କରିଥିଲେ  |
କାଠରେ ନିର୍ମିତ ମାଆ ବାସୁଳେଇଙ୍କ ମୁଣ୍ଡ ମନ୍ଦିରରେ ପୂଜା ପାଉଥିବା ବେଳେ, ଏହାକୁ ବାଉଁଶ ପାତିଆରି ନିର୍ମିତ ଚଇତି ଘୋଡା ଦେହରେ ଲାଗିହୁଏ  |
ଫଗୁ ବେହେରାଙ୍କ ପରେ ତାଙ୍କ ପୁଅ ନିତ୍ୟାନନ୍ଦ ବେହେରାଙ୍କୁ ଅନେକ ବର୍ଷ ତଳୁ କାଳିସୀ ଲାଗିଆସୁଥିଲା ବେଳେ ଏ ବର୍ଷ ମାଆ ବାସୁଳେଇ ନିତ୍ୟାନନ୍ଦଙ୍କ ଦେହରେ ସବାର ହେବା ଦେଖିବାକୁ ମିଳିଥିଲା  | ଶହଶହ ବର୍ଷ ତଳୁ କଲ୍ୟାଣପୁର ଗ୍ରାମରେ ଏହି ଚଇତି ଉତ୍ସବ ପାଳିତ ହୋଇଆସୁଥିବା ବେଳେ, ବହୁ ଶ୍ରଦ୍ଧାଳୁ ଚୈତ୍ର ପୂର୍ଣ୍ଣିମାରେ କାଳିସୀ ଓ ଘୋଡାନାଚ ଦେଖିବା ପାଇଁ ଏଠାରେ ଏକତ୍ରିତ ହୁଅନ୍ତି  |

କଲ୍ୟାଣପୁର ଗ୍ରାମର ବିଦ୍ୟାଧର ବେହେରା ଜଣେ ଘୋଡାନାଚ ଗାୟକ | ସେ ଓଡ଼ିଶାର ଏହି ଲୋକ କଳା,ଲୋକ ସାହିତ୍ୟ, ଏବଂ ଲୋକ ସଂସ୍କୃତିକୁ ଘୋଡାନାଚ ମାଧ୍ୟମରେ ଓଡ଼ିଶାର ପୁର ପଲ୍ଲୀରେ ପ୍ରଚାର ଓ ପ୍ରସାର କରିଆସୁଛନ୍ତି  | ଚୈତ୍ର ପୂର୍ଣ୍ଣିମାରେ ବିଦ୍ୟାଧରଙ୍କ ଘୋଡାନାଚ ଦେଖିବାପାଇଁ ଗାଁ ‘ ଦାଣ୍ଡରେ ଭିଡ ଜମିଥିବା ବେଳେ, ମାନସିକଧାରୀ ଶ୍ରଦ୍ଧାଳୁ ମାନେ ମାଆ ବାସୁଲେଇଙ୍କ ପାଖରେ ଭୋଗଲାଗି ପାଇଁ ଛୁଟି ଆସନ୍ତି l ଭାଇଚାରା ଓ ସଦଭାବନାର ପ୍ରତୀକ କଲ୍ୟାଣପୁର ଗ୍ରାମର ଏହି ଚଇତି ଯାତ୍ରା  |  ଚଳିତ ବର୍ଷର ଚଇତି ଯାତ୍ରାକୁ ସର୍ବଶୀ ଭାଗ୍ୟଧର ବେହେରା, ନିତ୍ୟାନନ୍ଦ ବେହେରା, ଚକ୍ରଧର ବେହେରା, ପ୍ରଭାକର ବେହେରା, ଅଙ୍କୁର ବେହେରା, ସିଦ୍ଧେଶ୍ବର ବେହେରା, ନାରାୟଣ ବେହେରା, ମନୋଜ ବେହେରା, ପ୍ରଭାକର ବେହେରା, କେଶବ ବେହେରା, ଚୈତନ୍ୟ ବେହେରା,ଲକ୍ଷ୍ମୀଧର ବେହେରା,ଅରକ୍ଷିତ ବେହେରା, ଭାସ୍କର ବେହେରା, ଅଶୋକ ବେହେରା,ନିତ୍ୟାନନ୍ଦ ବେହେରା, ରଞ୍ଜନ ବେହେରା ପ୍ରମୁଖ ପରିଚାଳନା କରିବା ଦେଖିବାକୁ ମିଳିଥିଲା  |  ସାମାଜିକକର୍ମୀ ଅଖିଳେଶ ମହାନ୍ତି, ମୂଷିବର ପଲେଇ, ଅପର୍ତ୍ତୀ ବେହେରା, ବିଭୁତି ଭୂଷଣ ଦାସ, ବିଶ୍ୱନାଥ ପଲେଇ,ନାରାୟଣ କର, ଜୟଦେବ ମହାନ୍ତି,ଅମୂଲ୍ୟ କୁମାର ପଲେଇ, ଦୀନବନ୍ଧୁ ବେହେରା, ଦାମୋଦର ପଲେଇ, ସୁଦାମ ପଲେଇ,ବ୍ରଜବନ୍ଧୁ ପଲେଇ,ରାମଚନ୍ଦ୍ର ବେହେରା,ଅଞ୍ଜନ ବେହେରା,ପ୍ରକାଶ ବେହେରା, ପଞ୍ଚାନନ ପଲେଇ, ପ୍ରଦୀପ ପଲେଇ, ଅକ୍ଷୟ ବାରିକ,ରାଜେଶ ବେହେରା,କୈଳାଶ ଚନ୍ଦ୍ର ଦାଶ, କ୍ଷୀରୋଦ ଦାଶ ପ୍ରମୁଖ ଚଇତି ଉତ୍ସବରେ ଯୋଗଦେଇ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ  |

Leave a Reply

Your email address will not be published. Required fields are marked *