ବୁଥକୁ ହେଲିକପ୍ଟରରେ ଗଲେ ପୋଲିଂ ଟିମ୍

ଜିଲା ଖବର ନୂଆପଡ଼ା ରାଜ୍ୟ
Spread the love

ନୂଆପଡା, ୧୦/୧୧ : ନୂଆପଡ଼ା ଉପନିର୍ବାଚନ ପାଇଁ ୩୫୮ଟି ବୁଥ୍ ମତଦାନ ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ ୧୦୧ଟି ସମ୍ବେଦନଶୀଳ, ୫୭ଟି ଅତି ସମ୍ବେଦନଶୀଳ ବୁଥ୍ ରହିଛି। ୮ ଟି ସୁନାବେଡ଼ା ଜଙ୍ଗଲ ଭିତରେ ଥିବା ସୋସେଙ୍କ ପଞ୍ଚାୟତ ଓ ସୁନାବେଡ଼ା ପଞ୍ଚାୟତର ୮ ଟି ବୁଥ୍ ରେ ମତଦାନ ହେବ । ଘଞ୍ଚ ଜଙ୍ଗଲ ଭିତରେ ଥିବା ଏହି ବୁଥ୍ ଗୁଡିକ ମାଓ ଉପଦ୍ରୁତ। ଏଠାରେ ମାଓବାଦୀଙ୍କ ଚଳପ୍ରଚଳ ଓ ପ୍ରଭାବ ଥିବାରୁ ମତଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେବାର ସମ୍ଭାବନା ରହୁଛି । ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ପୋଲିଂ ପାର୍ଟିକୁ ଭାରତୀୟ ବାୟୁ ସେନାର ସ୍ଵତନ୍ତ୍ର ହେଲିକପ୍ଟରରେ ନିଆଯାଉଛି। ମୋଟ ୪ ଥର ଏହି ହେଲିକପ୍ଟର ଉଡାଣ ଭରିବ। ପ୍ରତି ଥର ଉଡାଣରେ ୨ ଟି ଟିମ ଯିବ । ସେଠାରେ ଟିମ୍ ପହଁଞ୍ଚିବା ପରେ ସିଆରପିଏଫ୍, ବିଏସ୍‌ଏଫ୍ ଓ ଓଡିଶା ପୁଲିସ ର ଏସ୍‌ଓଜି କମାଣ୍ଡୋ ତାଙ୍କୁ ସୁରକ୍ଷା ପ୍ରଦାନ କରି ବୁଥ୍ ନେଇଯିବ। ସୁନାବେଡା ରେ ଜିଓ ମୋବାଇଲ୍ ନେଟ୍‌ଓ୍ବର୍କ କାମ କରୁଥିବାରୁ ପ୍ରତି ଟିମକୁ ଗୋଟିଏ ଲେଖାଏଁ ସିମ୍ ପ୍ରଦାନ କରାଯାଇଛି। ପୋଲିଂ ଟିମ କୁ ପ୍ରତି ଏକ ଘଣ୍ଟାରେ ଫୋନ କରି ସୁବିଧା ଅସୁବିଧା ବୁଝାଯିବ।

Leave a Reply

Your email address will not be published. Required fields are marked *